ବାହାନଗା ଟ୍ରେନ ଟ୍ରାଜେଡିକୁ ପୂରିଲା ୩ ବର୍ଷ, ଯେବେ କନ୍ଦାଇଥିଲା କରମଣ୍ଡଳ

ବାହାନଗା: ଆଜି ବି ମନେ ପଡ଼େ ସେହି କାଳରାତି । ଗତ ୩ବର୍ଷ ତଳେ ବାହାନଗା ରେଳଦୁର୍ଘଟଣା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା । ମାତ୍ର କିଛି ସେକେଣ୍ଡରେ ଓଲଟପାଲଟ ହୋଇଯାଇଥିଲା ସବୁକିଛି । ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ । ୟଶବନ୍ତପୁର ହାୱଡା , କରମଣ୍ଡଳ ଏକ୍ସପ୍ରେସ ଓ ଏକ ମାଲବାହୀ ଟ୍ରେନ୍ ମଧ୍ୟରେ ଦୁର୍ଘଟଣାରେ ୨୯୬ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୦୦୦ ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଆଜି ସେହି ଘଟଣାକୁ ତିନି ବର୍ଷ ପୁରିଯାଇଥିଲେ ମଧ୍ୟ ଏବେ ବି ବାହାନଗାର ଆକାଶରେ ସେହି ଚିତ୍କାର ଆଉ କାନ୍ଦବୋବାଳିର ପ୍ରତିଧ୍ୱନି ଶୁଭିଲା ପରି ମନେହୁଏ । ସେଦିନର ଘଟଣାକୁ ବାହାନଗା ବାସୀ ଆଜିବି ଭୁଲି ନଥିବା ବେଳେ ଏହି ଘଟଣା ।

ସେହି କଳା ରାତିରେ ଯଦି କିଛି ଜୀବନ୍ତ ଥିଲା, ତାହା ହେଉଛି ‘ମାନବିକତା’ । ବାହାନଗାର ସ୍ଥାନୀୟ ଲୋକେ ନିଜ ଜୀବନକୁ ପାଣି ଛଡ଼ାଇ ଅନ୍ଧାର ଭିତରେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଲେ । କିଏ ପାଣି ମୁନ୍ଦେ ପାଇଁ ବିକଳ ହେଉଥିଲା ତ କିଏ ନିଜର କଟା ଗୋଡ଼କୁ ଧରି ସାହାଯ୍ୟ ମାଗୁଥିଲା । ସମୟର ଚକ ଗଡ଼ିଚାଲେ, ଦିନ ବଦଳେ, ଆଉ ଦୁର୍ଘଟଣା ଘଟିଥିବା ସେହି ରେଳ ଧାରଣା ଉପରେ ପୁଣିଥରେ ଟ୍ରେନ୍ ସ୍ୱର ଶୁଭେ । କିନ୍ତୁ କିଛି ଦାଗ ଏମିତି ଥାଏ, ଯାହା ସମୟର ସ୍ରୋତରେ ବି ଧୋଇ ହୋଇଯାଏନାହିଁ । ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ପାଖରେ ଘଟିଥିବା ସେହି ଭୟଙ୍କର ରେଳ ଦୁର୍ଘଟଣା କେବଳ ଏକ ଦୁର୍ଘଟଣା ନଥିଲା, ବରଂ ଏହା ଥିଲା ଶତାବ୍ଦୀର ସବୁଠାରୁ ବଡ଼ ମାନବୀୟ ବିଭୀଷିକା । ଆଜି ସେହି ଘଟଣାକୁ ତିନି ବର୍ଷ ବିତିବାକୁ ଯାଉଥିଲେ ମଧ୍ୟ, ଏବେ ବି ବାହାନଗାର ଆକାଶରେ ସେହି ଚିତ୍କାର ଆଉ କାନ୍ଦବୋବାଳିର ପ୍ରତିଧ୍ୱନି ଶୁଭିଲା ପରି ମନେହୁଏ ।

୨୦୨୩ ଜୁନ୍ ୨, ଶୁକ୍ରବାର । ସନ୍ଧ୍ୟା ପ୍ରାୟ ୭ଟା ବାଜିଥିଲା । କିଏ ନିଜ ପରିବାର ପାଖକୁ ଫେରୁଥିଲା ତ କିଏ ନୂଆ ସ୍ୱପ୍ନ ନେଇ କର୍ମକ୍ଷେତ୍ରକୁ ଯାଉଥିଲା । ହଠାତ୍ ଏକ ବିକଟାଳ ଶବ୍ଦରେ ଥରିଉଠିଲା ପୂରା ଅଞ୍ଚଳ । କରମଣ୍ଡଳ ଏକ୍ସପ୍ରେସ୍, ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏବଂ ଏକ ମାଲବାହୀ ଟ୍ରେନ୍ ମଧ୍ୟରେ ହୋଇଥିବା ସେହି ଦୁର୍ଘଟଣା ନିମିଷକ ମଧ୍ୟରେ ସବୁକିଛି ଓଲଟପାଲଟ କରିଦେଲା । ଲୁହାର ବଗି ଗୁଡ଼ିକ ଖେଳନା ପରି ଗୋଟିଏ ଉପରେ ଗୋଟିଏ ଚଢ଼ିଗଲେ । ୨୯୬ ଜଣଙ୍କ ଜୀବନଦୀପ ଲିଭିଗଲା ଏବଂ ହଜାରରୁ ଅଧିକ ଯାତ୍ରୀ ରକ୍ତାକ୍ତ ହୋଇ ପଡ଼ିରହିଲେ । ସେହି କଳା ରାତିରେ ଯଦି କିଛି ଜୀବନ୍ତ ଥିଲା, ତାହା ହେଉଛି ‘ମାନବିକତା’ । ବାହାନଗାର ସ୍ଥାନୀୟ ଲୋକେ ନିଜ ଜୀବନକୁ ପାଣି ଛଡ଼ାଇ ଅନ୍ଧାର ଭିତରେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଲେ । କିଏ ପାଣି ମୁନ୍ଦେ ପାଇଁ ବିକଳ ହେଉଥିଲା ତ କିଏ ନିଜର କଟା ଗୋଡ଼କୁ ଧରି ସାହାଯ୍ୟ ମାଗୁଥିଲା । ସେଦିନ ଜାତି, ଧର୍ମ, ବର୍ଣ୍ଣ ସବୁ ହଜିଯାଇଥିଲା । ରକ୍ତଦାନ ପାଇଁ ଡାକ୍ତରଖାନା ବାହାରେ ଲୋକଙ୍କ ଲମ୍ବା ଲାଇନ୍ ପ୍ରମାଣ କରିଥିଲା ଯେ ମଣିଷପଣିଆ ଏବେ ବି ବଞ୍ଚିଛି । ରାଜ୍ୟ ସରକାର ଓ ପ୍ରଶାସନର ତ୍ୱରିତ ପଦକ୍ଷେପ, NDRF ଓ ଓଡ୍ରାଫ୍ର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଅନେକ ଜୀବନ ବଞ୍ଚାଇବା ସମ୍ଭବ ହୋଇଥିଲା । କିନ୍ତୁ ସେହିମାନଙ୍କ କଥା ଭାବିଲେ ଆଜି ବି ଆଖି ଭିଜିଯାଏ, ଯେଉଁମାନେ ନିଜ ପ୍ରିୟଜନଙ୍କ ଶବକୁ ଚିହ୍ନିବା ପାଇଁ ହସ୍ପିଟାଲରୁ ହସ୍ପିଟାଲ ଦଉଡ଼ୁଥିଲେ । କୁଢ କୁଢ ଶବ ଭିତରେ ନିଜ ସ୍ୱାମୀ, ସନ୍ତାନ ବା ବାପାଙ୍କୁ ଖୋଜିବା ଯେ କେତେ କଷ୍ଟକର, ତାହା କେବଳ ସେହି ପରିବାର ହିଁ ଜାଣନ୍ତି । ଅନେକ ଶବ ଏତେ ବିକୃତ ହୋଇଯାଇଥିଲା ଯେ ଶେଷରେ DNA ପରୀକ୍ଷାର ସାହାଯ୍ୟ ନେବାକୁ ପଡ଼ିଲା ।

ଆଜି ବାହାନଗାରେ ଟ୍ରାକ୍ ସଜାଡ଼ି ହୋଇଛି, ସିଗନାଲ ବ୍ୟବସ୍ଥା ଆଧୁନିକ ହୋଇଛି, କିନ୍ତୁ ସେହି ଦୁର୍ଘଟଣାରେ ଯେଉଁ ପରିବାର ନିଜର ରୋଜଗାରିଆ ପୁଅକୁ ହରାଇଛନ୍ତି ବା ଯେଉଁ ଶିଶୁଟି ତା’ର ବାପାମାଆଙ୍କୁ ହରାଇଛି, ସେମାନଙ୍କ ପାଇଁ ସମୟ ସେଇଠି ଅଟକି ଯାଇଛି । ବାହାନଗା ରେଳ ଦୁର୍ଘଟଣା କେବଳ ଏକ ଯାନ୍ତ୍ରିକ ତ୍ରୁଟିର କାହାଣୀ ନୁହେଁ, ଏହା ହେଉଛି ଅସମାପ୍ତ ସ୍ୱପ୍ନ ଓ କେବେ ନ ଶୁଖିବା ଭଳି ଏକ ଗଭୀର କ୍ଷତର ଚିହ୍ନ । ଏହି ଘଟଣା ଆମକୁ ସବୁବେଳେ ମନେ ପକାଇ ଦେଉଥିବ ଯେ, ଜୀବନ କେତେ ଅନିଶ୍ଚିତ ଏବଂ ସୁରକ୍ଷା ବ୍ୟବସ୍ଥାରେ ସାମାନ୍ୟ ଅବହେଳା କେତେ ବଡ଼ ମୂଲ୍ୟ ମାଗିପାରେ ।

Spread the love

Leave a Reply

Your email address will not be published. Required fields are marked *