ବିପୁଳ ପରିମାଣର କଫ ସିରପ ଜବତ, ୫ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ବଲାଙ୍ଗିର: ବିପୁଳ ପରିମାଣର କଫ ସିରପ ଜବତ ହୋଇଛି । ବଲାଙ୍ଗିର ପୋଲିସକୁ଼ ମିଳିଛି ବଡ଼ ସଫଳତା । ୮୦୦ ରୁ ଅଧିକ କଫ୍ ସିରପ ଜବତ ହୋଇଛି ବୋଲି ସୂଚନା ମିଳିଛି । ୫ ଅଭିଯୁକ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ବଲାଙ୍ଗିର ଟାଉନ ପୋଲିସ । ବଲାଙ୍ଗିର ଟିଟିଲାଗଡ଼ ରାସ୍ତାର ସ୍ମାର୍ଟ ପାର୍କ ନିକଟରେ କଫ ସିରଫ ଗାଡି ସହିତ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ l ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ଗତ କିଛି ମାସ ମଧ୍ୟରେ ସୁବର୍ଣ୍ଣପୁର ପୋଲିସକୁ ମିଳିଥିଲା ବଡ଼ ସଫଳତା । ୯ ହଜାର ବୋତଲ କଫ ସିରପ ଜବତ କଲା ପୋଲିସ । ରାମପୁର ନିକଟ ସାହାଜ ବାହାଲ ଖେଳ ପଡିଆରୁ ରାମପୁର ଥାନା ପୋଲିସ ୨ଟି ଗାଡ଼ି ଜବତ କରିଥିଲା । ଗୋଟିଏ କାର ଏବଂ ଗୋଟିଏ ବୋଲେରୋ ମଧ୍ୟରୁ ୯ ହଜୈର ବୋତଲ କଫସିରପ ଜବତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *