ବିମାନ ବିଳମ୍ବ ହେବାରୁ ଚାଷୀଙ୍କ ଗଛ ହେଲା ନଷ୍ଟ, ଏୟାର ଏସିଆ ଦେବ ୯୦ ହଜାରରୁ ଅଧିକ ଟଙ୍କାର କ୍ଷତିପୂରଣ
କେରଳ : ବିମାନ ବିଳମ୍ବ କରିଥିଲା ଏୟାରଲାଇନ । ଏବେ ଚାଷୀଙ୍କୁ ଜରିମାନା ଦେବ ଏୟାରଲାଇନ । ଏୟାର ଏସିଆ ବିମାନ ବିଳମ୍ବ ହେବା ଯୋଗୁଁ କେରଳର ଜଣେ ଚାଷୀ ଗଛ ନଷ୍ଟ ହୋଇଯାଇଥିଲା । ଏବେ ଏୟାର ଏସିଆ ଏୟାରଲାଇନ୍ସ କମ୍ପାନୀ ଚାଷୀଙ୍କୁ କ୍ଷତିପୂରଣ ଦେବ ।
କେରଳର ପଲ୍ଲକଡ଼ରେ ରହୁଥିବା ଅବ୍ଦୁଲ ଅଜିଜ ହାଇବ୍ରିଡ୍ ଫଳ ଚାଷ କରୁଥିବା ବେଳେ ରିସର୍ଚ୍ଚ ମଧ୍ୟ କରନ୍ତି । ଅବ୍ଦୁଲ ଅଜିଜ ହାଇବ୍ରିଡ ପଣସ କିଣିବା ପାଇଁ ୨୦୨୫ ଅଗଷ୍ଟରେ ମାଲେସିଆ ଏବଂ ଇଣ୍ଡୋନେସିଆ ଯାଇଥିଲେ । ସେ ହାଇବ୍ରିଡ ପଣସ ଗଛ ଧରି ୩୦ ଅଗଷ୍ଟ ୨୦୨୫ରେ କୁଆଲାମ୍ପପୁରରୁ କୋଚ୍ଚି ଫେରୁଥିଲେ । କିନ୍ତୁ ତାଙ୍କ ବିମାନ ଅନେକ ଘଣ୍ଟା ଧରି ବିଳମ୍ବ ହୋଇଥିଲା । ତେଣୁ ସେ କୋଚ୍ଚି ଯିବାକୁ ଥିବା କନେଟିଂ ଫ୍ଲାଇଟ୍ ମଧ୍ୟ ମିସ୍ କରିଥିଲେ । ଏହାକୁ ନେଇ ଅଦ୍ବୁଲ ଏୟାର ଏସିଆ ବିରୋଧରେ କେରଳର ଏକ କଞ୍ଜୁମର କମିଶନରେ ଅଭିଯୋଗ କରିଥିଲେ ।
ଏୟାର ଏସିଆ ୭ ଫେବ୍ଆରୀ ୨୦୨୬ରେ ଇମେଲ ଜରିଆରେ ନୋଟିସ ମିଳିବା ପରେ ମଧ୍ୟ ଆୟୋଗ ଆଗରେ ହାଜର ହୋଇନଥିଲେ । ତେଣୁ ଏହି ପୁରା ମାମଲାରେ ଆୟୋଗ ଏକତରଫା କାର୍ଯ୍ୟାନୁଷ୍ଠାନ କରି ଅଭିଯୋଗକାରୀଙ୍କ ପକ୍ଷକୁ ସ୍ବୀକାର କରିଥିଲେ । ଆୟୋଗ ଯାଞ୍ଚ କରି ଜାଣିବାକୁ ପାଇଥିଲେ କି, ବିମାନ ବିଳମ୍ବ ହେବା ଯୋଗୁଁ କନେଟିଂ ବିମାନ ମଧ୍ୟ ଚାଲିଯାଇଥିଲା । ତେଣୁ ଅଭିଯୋଗକାରୀ ସଂପୂର୍ଣ୍ଣ ଭାବେ କ୍ଷତି ସହିଥିଲେ । ତେଣୁ ମାନସିକ ଭାବେ ଅଭିଯୋଗକାରୀ ଅନେକ କ୍ଷତି ମଧ୍ୟ ସହିଛନ୍ତି । ତେଣୁ ତାଙ୍କୁ କ୍ଷତିପୂରଣ ଦେବା ମଧ୍ୟ ଜରୁରୀ ।
ଆୟୋଗ ଏୟାରଏସିଆକୁ ନିର୍ଦ୍ଦେଶ ଦେଇଛନ୍ତି କି, ବିମାନ ଟିକେଟ୍ ଖର୍ଚ୍ଚ ବାବାଦରେ ୩୦,୭୫୦ ଟଙ୍କା, ଯାତ୍ରା ଏବଂ ରହିବାର ଖର୍ଚ୍ଚ ୨୫ ହଜାର ଟଙ୍କାର ଏବଂ ସର୍ଭିସରେ ଅଭାବ ଯୋଗୁଁ ୨୫ ହଜାର ଏବଂ ଆଇନଗତ ଖର୍ଚ୍ଚ ପାଇଁ ୧୦ ହଜାର ଟଙ୍କା ଦେବାକୁ କହିଛନ୍ତି । ଏୟାରଲାଇନ୍ସକୁ ୪୫ ଦିନ ଭିତରେ ଏହି କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
