ବୈତରଣୀ ନଦୀରେ ବାରୁଣୀ ସ୍ନାନ, ବୁଡ଼ ପକାଇଲେ ୫୦ହଜାରରୁ ଅଧିକ ଶ୍ରଦ୍ଧାଳୁ
ଯାଜପୁର ଟାଉନ୍: ବୈତରଣୀ ନଦୀରେ ବାରୁଣୀ ସ୍ନାନ । ଯାଜପୁରର ଦଶାଶ୍ବମେଧ ଘାଟରେ ବୁଡ଼ ପକାଇଲେ ୫୦ହଜାରରୁ ଅଧିକ ଶ୍ରଦ୍ଧାଳୁ । ଯାଜପୁର ଦେଇ ପ୍ରବାହିତ ପୂଣ୍ୟତୋୟା ବୈତରଣୀ ନଦୀରେ ଚଳିତ ବର୍ଷ ବାରୁଣୀ ସ୍ନାନ ଅନୁଷ୍ଠିତ ହୋଇଛି । ସ୍ନାନ ପରେ ବୈତରଣୀ ନଦୀ କୂଳରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଇଛି । ଏଥିରେ ଜିଲ୍ଲା ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ରାଜ୍ୟ ବାହାରୁ ବହୁ ଭକ୍ତ ସାମିଲ ହୋଇଛନ୍ତି ।
ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ନଦୀରେ ଅଘଟଣକୁ ଏଡ଼ାଇବା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୁତୟନ ରହିଛନ୍ତି । ଟ୍ରାଫିକ ପରିଚାଳନା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । ବାରୁଣୀ ସ୍ନାନ ପାଇଁ ଆସିଥିବା ଅଗଣିତ ଶ୍ରଦ୍ଧାଳୁ ସ୍ନାନ ସାରିବା ପରେ ମାଆ ବିରଜା, ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର, ବରାହ, ଯମ ମାଆ ସାତ ଭଉଣୀ, ଶନି ମନ୍ଦିରରେ ଦର୍ଶନ କରି କରିଛନ୍ତି ।
