ବଡ଼ଗାମରେ ଏନ୍‌କାଉଣ୍ଟର୍‌: 2 ଆତଙ୍କବାଦୀ ନିହତ; ଆହୁରି 2 ଜଣଙ୍କୁ ଘେରିଛନ୍ତି ଯବାନ

ଜମ୍ମୁ ଓ କଶ୍ମୀରର ବଡ଼ଗାମ ଜିଲ୍ଲା ଅନ୍ତର୍ଗତ ସୁତ୍‌ସୁ ଗ୍ରାମରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟ ଘଟଣାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟୂନ ଆଉ ଦୁଇ ଜଣ ଆତଙ୍କବାଦୀ ସମ୍ପୃକ୍ତ ସ୍ଥାନରେ ଅଟକି ରହିଥିବା ବିଶ୍ୱାସ କରାଯାଉଛି। ସେ ଅଞ୍ଚଳରେ ନିରାପତ୍ତା ବଳ କର୍ଡନ୍‌ ଓ ସର୍ଚ ଅଭିଯାନ ଚଳାଇଛି। ହତ ଆତଙ୍କବାଦୀମାନେ ଜୈଶ୍‌-ଏ-ମହମ୍ମଦ୍‌ ଅନୁବନ୍ଧିତ ସଂଗଠନର ବୋଲି ବିଶ୍ୱାସ କରାଯାଉଛି।ଗୁରୁବାର ଦିନ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଅନ୍ତର୍ଗତ ବିଜବେହରା ଠାରୁ ହିଜ୍‌ବ୍‌-ଉଲ୍‌-ମୁଜାହିଦୀନ୍‌ ସଂଗଠନର ବୋଲି କୁହାଯାଉଥିବା ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯିବା ପରେ ଆଜିର ଘଟଣା ଘଟିଛି। ଗୁଇନ୍ଦା ସୂଚନା ଆଧାରରେ ରମୀଜ୍‌ ଅହମଦ୍‌ ଦର୍‌ ନାମକ ସେ ଆତଙ୍କବାଦୀର ଅବସ୍ଥିତି ଜଣାପଡ଼ିବା ପରେ ତାକୁ ଗିରଫ କରାଯାଇଥିଲା। ଗୁରୁବାର ଦିନ ସୋପିଆଁ ଠାରେ ତିନି ଜଣ ଆତଙ୍କବାଦୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ସେମାନେ ହିଜ୍‌ବ-ଉଲ୍‌-ମୁଜାହିଦୀନ୍‌ ଏବଂ ଲଶ୍କର-ଏ-ତୈବା ଅନୁବନ୍ଧିତ ସଂଗଠନର ଆତଙ୍କବାଦୀ ବୋଲି ଜମ୍ମୁ ଓ କଶ୍ମୀର ପୁଲିସ କହିଛି।

Spread the love