ଭୋଟ୍‌ ଦେବାକୁ ସରକାରୀ କର୍ମଚାରୀଙ୍କୁ 2 ଦିନ ଛୁଟି

ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ 4ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବେଳେ ରାଜ୍ୟ ସରକାର ସରକାରୀ ଚାକିରିଆଙ୍କ ପାଇଁ ଦୁଇ ଦିନ ସ୍ବତନ୍ତ୍ର ଛୁଟି ଘୋଷଣା କରିଛନ୍ତି। ଯେଉଁ ସରକାରୀ ଚାକିରିଆ ମୁଖ୍ୟାଳୟ ବାହାରେ ଭୋଟ୍‌ ଦେବାକୁ ଚାହୁଁଥିବେ ସେମାନଙ୍କୁ ଦୁଇ ଦିନ ସ୍ବତନ୍ତ୍ର ସିଏଲ୍‌ ମିଳିବ। ଆଜି ଏନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସମସ୍ତ ବିଭାଗକୁ ଜଣାଇଛନ୍ତି। ରାଜ୍ୟରେ ଏପ୍ରିଲ 11, ଏପ୍ରିଲ 18, ଏପ୍ରିଲ୍‌ 23 ଏବଂ ଏପ୍ରିଲ 29ରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଥିବାବେଳେ ସରକାରୀ କର୍ମଚାରୀମାନଙ୍କୁ ଗତବର୍ଷ ଭଳି ଚଳିତବର୍ଷ ବି ଦୁଇଦିନ ଛୁଟି ଦେବାକୁ ନିଷ୍ପତ୍ତି ହୋଇଛି। ମତଦାନ ଦିନ ଏବଂ ଏହା ପରଦିନ ପାଇଁ ଏହି ସ୍ବତନ୍ତ୍ର ଛୁଟି ଉପଲବ୍ଧ ହେବ।

Spread the love