ମହଙ୍ଗା ପଡ଼ିଲା ଯୁବତୀଙ୍କୁ କମେଣ୍ଟ ମାରିବା, ରସିକିଆଙ୍କୁ ଚପଲରେ ମାଡ଼ ଦେଲେ ଲୋକେ

ଜଳେଶ୍ୱର : ରସିକିଆଙ୍କୁ ଚପଲରେ ମାଡ଼ ।  ମହଙ୍ଗା ପଡ଼ିଲା ଯୁବତୀଙ୍କୁ କମେଣ୍ଟ ମାରିବା ।  ରସିକିଆଙ୍କୁ କାବୁ କରି ଚପଲରେ ସେକିଲେ ଯୁବତୀ ।  ବାଲେଶ୍ବର ଜିଲ୍ଲା ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ଚକ ସରବଣୀ ଗ୍ରାମର ଘଟଣା ।  ଗାଁର ୪ ଜଣ ଯୁବତୀ ଗତକାଲି ସନ୍ଧ୍ୟାରେ କମ୍ପ୍ୟୁଟର ଶିକ୍ଷା ପାଇଁ ଚନ୍ଦନେଶ୍ବର ସ୍ଥିତ ଏକ କମ୍ପ୍ଯୁଟର ସେଣ୍ଟରକୁ ଯାଉଥିଲେ ।  ୨ ଯୁବକ ସେମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ କମେଣ୍ଟ କରିଥିଲେ ।  ଏନେଇ ଯୁବତୀମାନେ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ଲୋକେ ୨ ଯୁବକଙ୍କୁ କାବୁ କରି ନିର୍ଧୁମ ଛେଚିଲେ ।  ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।  ଶେଷରେ ଉଭୟଙ୍କୁ ପୋଲିସର ଜିମା ଦିଆଯାଇଛି । ପୋଲିସ ଉଭୟଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି  ।

Spread the love

Leave a Reply

Your email address will not be published. Required fields are marked *