ମାଲକାନଗିରି ବନ ବିଭାଗକୁ ସଫଳତା, ପେଟ୍ରୋଲିଂ ବେଳେ ଉଦ୍ଧାର ହୋଇଛି ୫୫ ଜୀବନ୍ତ କଇଁଛ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ପୋଲିସ ଓ ବନ ବିଭାଗକୁ ସଫଳତା । କଇଁଛ ଚାଲାଣ ରାକେଟ ଉପରେ ବଡ଼ ଆକ୍ସନ । ପେଟ୍ରୋଲିଂ ବେଳେ ଉଦ୍ଧାର ହୋଇଛି ୫୫ ଜୀବନ୍ତ କଇଁଛ । ୪ ଜଣ ଚାଲାଣକାରୀ ଗିରଫ ହୋଇଥିବା ବେଳେ ୪ ମୋବାଇଲ ଫୋନ୍ ଓ ୨ ମୋଟରସାଇକେଲ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ MV-114ର ପ୍ରଭାସ ଯୋଡ଼ହାର ଓ ନନ୍ଦ ମଣ୍ଡଳ ଓ MPV-47ର ଲୋକିପଦ ମାଳି ଓ ରାମ ନାରାୟଣ ମଣ୍ଡଳ । ସମସ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ କଇଁଛ ଚାଲାଣ!ର ଖବର ପାଇଥିଲା ପୋଲିସ । ମୋଟୁ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ବେଳେ ଚାଲାଣକାରୀଙ୍କୁ ଧରିଥିଲା । ଉଦ୍ଧାର କଇଁଛ ସହ ଜବତ ସାମଗ୍ରୀକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।

ସେହିପରି ଗତକିଛି ଦିନ ତଳେ ୧୫୫ଟି ଜୀବନ୍ତ କଇଁଛ ଜବତ କରିଥିଲା ମାଲକାନଗିରିର ବନବିଭାଗ । ମାଲକାନଗିରି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତମସା ଗାଁ ନିକଟରେ ଚଢ଼ାଉ କରି ଏକ ଅଟୋରେ ଚୋରାଚାଲାଣ ହେଉଥିବା ୧୫୫ଟି କଇଁଛ ଜବତ କରାଯାଇଥିଲା । କଇଁଛର ଅବୈଧ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇ ବନ ବିଭାଗର ଏକ ଦଳ ତମସା ଗ୍ରାମ ନିକଟରେ ଚଢାଉ କରିଥିଲା । କିନ୍ତୁ ଜଣେ ଅଟୋ ଚାଳକ ବନ ବିଭାଗର ଗାଡ଼ି ଦେଖି ଉକ୍ତ ଗାଡ଼ିଟିକୁ ରାସ୍ତାରେ ରଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *