ମାଲେସିଆକୁ ତେଜସ୍‌ ବିକିବ ଭାରତ

 ଭାରତ‌ରେ ସ୍ବଦେଶୀ ଢାଞ୍ଚାରେ ନିର୍ମିତ ହ‌ାଲୁକା ଯୁଦ୍ଧ ବିମାନ ‌‘ତେଜସ୍‌’ ମାଲେସିଆକୁ ବିକ୍ରି କରିବା ନେଇ ଭାରତ ଆଗ୍ରହ ପ୍ରକାଶ କରିଛି। ଲିମା-ଲଙ୍ଗ୍‌କଇ ଇଣ୍ଟରନ୍ୟାସନାଲ୍‌ ମାରିଟାଇମ୍‌ ଆଣ୍ଡ୍‌ ଏରୋସ୍ପେସ୍‌ ପ୍ରଦର୍ଶନୀ ତଥା ଲଙ୍ଗ୍‌କଇ ନ୍ତର୍ଜାତୀୟ ସାମୁଦ୍ରିକ ଏବଂ ଏରୋସ୍ପେସ୍‌ ପ୍ରଦର୍ଶନୀରେ ଦର୍ଶକଙ୍କୁ ପ୍ରଭାବିତ କରିବ ‌ତେଜସ୍‌। ମାଲେସିଆ ସରକାର ମଧ୍ୟ ମାଲେସିଆ ବାୟୁସେନା ପାଇଁ ତେଜସ୍‌ କିଣ‌ିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ମାର୍ଚ୍ଚ 26 ରେ ଲଙ୍ଗକଇରେ ପ୍ରଦର୍ଶନୀ ଆରମ୍ଭ ହେବ। ସୂଚନାନୁଯାୟୀ ଲିମା 2019ରେ ଅଂଶଗ୍ରହଣ ପାଇଁ ଭାରତ 350 ଜଣିଆ ପ୍ରତିନିଧି ଦଳଙ୍କୁ ମାଲେସିଆ ପଠାଇଛି। ଏହି ପ୍ରଦର୍ଶନୀରେ ମଧ୍ୟ ଚୀନ୍‌-ପାକିସ୍ତାନ ଦ୍ବାରା ମିଳିତ ଭାବେ ନିର୍ମିତ ଜେଏଫ୍‌-17 ଏବଂ ଦକ୍ଷିଣ କୋରିଆର ଏଫ୍‌/ଏ-50 ଅଂଶଗ୍ରହଣ କରିବ।

Spread the love