ଯୁଦ୍ଧ ପାଇଁ ଦୁବାଇରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଟିକେଟ କରିଥିଲେ ହେଲେ ଆସୁନି ବିମାନ

ରାଜନଗର: ଯୁଦ୍ଧ ପାଇଁ ଦୁବାଇରେ ଫସିଛନ୍ତି ଓଡ଼ିଆ ଶ୍ରମିକ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ନାଉକୋଣା ଗାଁର ଦେବଦତ୍ତ ପଢିହାରୀ ୨ବର୍ଷ ତଳେ ଦୁବାଇ ପେଟ ପୋଷିବାକୁ ଯାଇଥିଲେ । ହେଲେ ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧରେ ପେଶି ହୋଇଯାଇଛନ୍ତି ଦେବଦତ୍ତ । ୨ବର୍ଷର ଭିସା ଅବଧି ମଧ୍ୟ ସରିଯିବ । ଚଳିତ ମାସ ୨୩ ତାରିଖ ଦିନ ଭାରତ ଫେରିବା ପାଇଁ ଫ୍ଲାଇଟ ଟିକେଟ କରିଥିଲେ । ହେଲେ ଦୁବାଇରୁ କୌଣସି ଫ୍ଲାଇଟ୍ ଆସୁନଥିବାରୁ କିପରି ଘରକୁ ଫେରିବେ ସେନେଇ ଚିନ୍ତାରେ ପଡିଛନ୍ତି ଦେବଦତ୍ତ ଓ ତାଙ୍କର କିଛି ବନ୍ଧୁ ।

ଦେବଦତ୍ତଙ୍କ ସହିତ ବିବେକାନନ୍ଦ ପଢିହାରୀ ଏବଂ ପ୍ରହରାଜପୁର ଗାଁର ଅନେକ ଯୁବକ ଦୁବାଇରେ ଫସିଛନ୍ତି । ସେମାନେ କାମ କରୁଥିବା ସ୍ଥାନରେ ଅଧିକାଂଶ ସମୟରେ ବୋମା ମାଡ ହେଉଛି । ଖବର ଶୁଣି ଘର ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । ସେମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ ପରିବାର ଲୋକେ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ଅନ୍ୟପଟେ ଲେବର କମିଶନରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷପ ନେବେ ବୋଲି କହିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ।

Spread the love

Leave a Reply

Your email address will not be published. Required fields are marked *