ଯୁଦ୍ଧ ଯୋଗୁଁ ୧୧୦୦ରୁ ଅଧିକ ପିଲାଙ୍କ ଜୀବନ ବିପଦରେ, ୟୁନିସେଫ ଜାରି କଲା ରିପୋର୍ଟ
ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି ସବୁଠାରୁ ଅଧିକ ପ୍ରଭାବ ପିଲାଙ୍କ ଉପରେ ପଡିଛି । ସଂଯୁକ୍ତ ରାଷ୍ଟ୍ରର ଶିଶୁ ଏଜେନ୍ସୀ ଚେତାବନୀ ଦେଇଛି କି, ଲଗାତାର ହିଂସା ବୃଦ୍ଧି ଦ୍ବାରା ଲକ୍ଷ ଲକ୍ଷ ପିଲାଙ୍କ ଜୀବନ ବିପଦରେ ପଡିଛି । ଏହାରି ଭିତରେ ଇରାନ ରାଷ୍ଟ୍ରପତି ଶାନ୍ତିବାର୍ତ୍ତା ଦେଇ ଯୁଦ୍ଧ ଶେଷ କରିବାକୁ ସର୍ତ୍ତ ରଖିଛନ୍ତି ।
ୟୁନିସେଫ୍ କହିବା ମୁତାବକ, ଆମେରିକା, ଇସ୍ରାଏଲ ଏବଂ ଇରାନ ଭିତରେ ବଢୁଥିବା ତିକ୍ତତା ଯୋଗୁଁ ସମଗ୍ର ପଶ୍ଚିମ ଏସିଆରେ ପିଲାଙ୍କ ଉପରେ ଗମ୍ଭୀର ସ୍ଥିତି ରହିଛି । ୨୮ ଫେବ୍ଆରୀରୁ ଏଯାଏଁ ହିଂସାରେ ୧୧୦୦ରୁ ଅଧିକ ପିଲା ଆହତ ହୋଇଛନ୍ତି । ଏମାନଙ୍କ ଭିତରୁ ପ୍ରାୟ ୨୦୦ ପିଲାଙ୍କ ଜୀବନ ଇରାନରେ ଯାଇଛି । ସେହିପରି ୯୧ ପିଲାଙ୍କ ଜୀବନ ଲେବନାନରେ ଯାଇଛି । ୪ ଜଣ ପିଲାଙ୍କ ଜୀବନ ଇସ୍ରାଏଲରେ ଯାଇଥିବା ବେଳେ ଜଣେ ପିଲା କୁଏତରେ ମ୍ତ୍ୟୁବରଣ କରିଛି ।
ୟୁନିସେଫ ଚେତାବନୀ ଦେଇ କହିଛି ଯେ, ଯଦି ହିଂସା ଦିନକୁ ଦିନ ବଢିଚାଲେ, ତେବେ ଏହି ସଂଖ୍ୟା ଆହୁରି ବଢିପାରେ । ଏଭଳି ସଙ୍କଟ ଯୋଗୁଁ ଲକ୍ଷ ଲକ୍ଷ ପିଲା ସ୍କୁଲ ଯାଉନାହାନ୍ତି । ଲଗାତାର ବୋମା ବର୍ଷଣ ଯୋଗୁଁ ଲକ୍ଷ ଲକ୍ଷ ପରିବାର ବାସହରା ହୋଇଛନ୍ତି ।
