ଯୁବକଙ୍କୁ ଅମାନୁଷିକ ଭାବେ ରାତି ଅଧରେ ନିସ୍ତୁକ ପିଟିଲେ
ଗୋପ : ଯୁବକଙ୍କୁ ଅମାନୁଷିକ ଭାବେ ମାଡ଼ ମାରି ଲହୁଲୁହାଣ । ରାତି ଅଧରେ ନିସ୍ତୁକ ପିଟିଲେ । ଭିଡିଓରୁ ଜଣାପଡୁଛି, କିଛି ଯୁବକ ଜଣେ ବ୍ୟକ୍ତିଙ୍କୁ ତଳେପକାଇ ନିର୍ଧୁମ ପ୍ରହାର କରୁଛନ୍ତି l ଲୁହା ରଡ଼, ଠେଙ୍ଗା ସାହାଯ୍ୟରେ ପିଟୁଛନ୍ତି । ଏକ ଭାଇରାଲ ଭିଡିଓରେ ଏଭଳି ବର୍ବରତା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ପୁରୀ କୋଣାର୍କ ଥାନା ଧନିତ୍ରୀ ଗାଁର ଦୁଇ ଭାଇ ବରପଦା ପିଉସୀ ଘରକୁ ଯାଇଥିଲେ l ବାହାଘର ବରଯାତ୍ରୀରୁ ଫେରିବା ବେଳେ କୋଣାର୍କ ଇକୋ ରିଟ୍ରିଟ୍ ପାଖରେ କିଛି ଅସାମାଜିକ ଯୁବକ ଅଟକାଇ ଗାଳିଗୁଲଜ କରିଥିଲେ । ଉଭୟଙ୍କ ମଧ୍ୟରେ ବଚସା ପରେ ଏମିତି ଛାତିଥରା ଘଟଣା ଦେଖିବାକୁ ମିଳିଛି l ଏନେଇ କୋଣାର୍କ ଥାନାରେ ଅଭିଯୋଗ ହୋଇଥିବା ସୂଚନା ରହିଛି । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।
