ଲେମ୍ବୁ ରସରେ ରହିଛି ଅନେକ ଉପକାରୀ ଗୁଣ, ଦିଏ ଏହି ୫ଟି ଲାଭ

ସୁସ୍ଥ ଶରୀର ପାଇଁ କିଏ ବା ନଚାହେଁ । କାହିଁକିନା ସ୍ବାସ୍ଥ୍ୟକୁ ସମ୍ପଦ ବୋଲି କୁହାଯାଏ । ଶରୀର ସୁସ୍ଥ ରହିଲେ ମନ ମଧ୍ୟ ଫୁର୍ତ୍ତି ରହିଥାଏ । ସୁସ୍ଥ ରହିବା ପାଇଁ ଅଧିକାଂଶ ଲୋକେ ଜିମ୍ ଯାଇ ଫିଟ୍ ରହିବାକୁ ଚେଷ୍ଟା କରୁଛନ୍ତି ତ ଆଉ କେହି ଖାଇବାକୁ ନେଇ ସଚେତନ ରହୁଛନ୍ତି । ଆଜି ଆମେ ଲେମ୍ବୁ ପାଣି ବିଷୟରେ କହିବାକୁ ଯାଉଛୁ । ଲେମ୍ବୁ ପାଣି ସାଧାରଣତଃ ସମସ୍ତଙ୍କୁ ଖୁବ୍ ପସନ୍ଦ । ଏହା ପାଟିକୁ ଯେତିକି ସ୍ବାଦିଷ୍ଟ ଲାଗେ ଦେହ ପାଇଁ ମଧ୍ୟ ହିତକର ହୋଇଥାଏ । ଯାହା ଆପଣଙ୍କ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଲେମ୍ବୁ ପାଣିକୁ ହୁଏତ ଆମେ ସାଧାରଣ ଭାବୁ ହେଲେ ଏତିରେ ଅନେକ ଚମତ୍କାରୀ ଗୁଣ ରହିଛି । ବିଶେଷ କରି ଖରାଦିନେ ଏହା ପିଇବା ଦ୍ବାରା ଆମ ଏନର୍ଜି ଦ୍ବିଗୁଣିତ ହୋଇଯାଏ । ଏଥିସହ ଅତିଥି ଆସିଲେ ମଧ୍ୟ ଆମେ ସେମାନଙ୍କୁ ଲେମ୍ବୁ ପାଣି ପିଇବାକୁ ଦେଇଥାଉ । ତେବେ ଆସନ୍ତୁ ଏହି ଲେମ୍ବୁ ପାଣିର ଉପକାରୀ ଗୁଣ ସମ୍ପର୍କରେ ଜାଣିବା ।

ରୋଗ ପ୍ରତିରୋଧକ ଶକ୍ତି ବଢାଏ : ଲେମ୍ବୁରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି ।  ପ୍ରତିଦିନ ଲେମ୍ବୁ ପାଣି ପିଇବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହା ପିଇବା ଦ୍ବାରା ଥଣ୍ଡା, ଭାଇରାଲ ସଂକ୍ରମଣ ରୋଗରୁ ରକ୍ଷା କରିଥାଏ ।

ପାଚନକ୍ରିୟା ପାଇଁ ଲାଭଦାୟକ : ଯଦି ଆପଣ ଗ୍ୟାସ୍, କୋଷ୍ଠକାଠିନ୍ୟ କିମ୍ବା ବଦହଜମୀ ଭଳି ପେଟ ସମସ୍ୟାରେ ପୀଡିତ, ତେବେ ସକାଳେ ଖାଲି ପେଟରେ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଅନ୍ତୁ । ଏହା ହଜମ କରିବାରେ ସାହାଯ୍ୟ କରେ ।

ଓଜନ କମାଏ : ଲେମ୍ବୁ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ମଧ୍ୟ ହୋଇପାରେ। ଲେମ୍ବୁରେ ପେକ୍ଟିନ ଫାଇବର ଥାଏ । ଯାହା ଭୋକ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହାକୁ ଉଷୁମ ପାଣି ସହିତ ପିଇବା ଦ୍ୱାରା ଶରୀରର ମେଟାବୋଲିଜିମ୍ ବୃଦ୍ଧି ପାଏ । ଯାହା ଚର୍ବି ଏବଂ କ୍ୟାଲୋରୀକୁ ଶୀଘ୍ର ନଷ୍ଟ କରିବାରେ ସାହାଯ୍ୟ କରେ ।

ଚର୍ମ ପାଇଁ ଲାଭଦାୟକ : ଲେମ୍ବୁ ପାଣିର ନିୟମିତ ସେବନ ବ୍ରଣ, କୁଞ୍ଚନ ଏବଂ ଦାଗ ହ୍ରାସ କରେ । ଭିଟାମିନ୍ ସି କୋଲାଜେନ ଉତ୍ପାଦନରେ ସାହାଯ୍ୟ କରେ, ଯାହା ଚର୍ମକୁ ଯୁବା ଏବଂ ଚମକଦାର ରଖେ ।

କିଡନୀ ଷ୍ଟୋନ୍ ପାଇଁ ଲାଭକାରୀ : ଲେମ୍ବୁ ପାଣି ପିଇବା ଦ୍ବାରା କିଡନୀରେ କ୍ୟାଲସିୟମ୍ କ୍ରିଷ୍ଟଲ ତିଆରି କରିପାରି ନଥାଏ । ଯାହା କିଡନୀ ଷ୍ଟୋନ୍ ହେବାର ଆଶଙ୍କାକୁ କମ୍ କରିଥାଏ ।

ଲେମ୍ବୁ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ଉପକାରୀ । ହେଲେ ସକାଳୁ ଏହାର ରସକୁ ଉଷୁମ ପାଣି ସହିତ ପିଇବା ଦ୍ବାରା ଅଧିକ ଫାଇଦା ମିଳିଥାଏ ।

Spread the love

Leave a Reply

Your email address will not be published. Required fields are marked *