ସମ୍ବିତ ପାତ୍ରଙ୍କୁ ଟକ୍କର ଦେବେ ସତ୍ୟପ୍ରକାଶ ନାୟକ

ପୁରୀରେ ଏଥର କଡା ଟକ୍କର ହେବ ବିଜେପିର  ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ପ୍ରଦେଶ କଂଗ୍ରେସର ମିଡ଼ିଆସେଲ ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକଙ୍କ ମଧ୍ୟରେ । ସତ୍ୟପ୍ରକାଶଙ୍କ ଶାଣିତ ପ୍ରଶ୍ନ ଘାୟଲ କରିବ  ସମ୍ବିତ ପାତ୍ରଙ୍କୁ l ଯେକି ପ୍ରଥମ ଦିନରୁ ଧାର୍ମିକ ରାଜନୀତି କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଲାଣି ।

ସୂଚନା ଅନୁଯାୟୀ, ପୁରୀ ଲୋକସଭା ପାଇଁ ବିଜେଡିରୁ ପିନାକୀ ମିଶ୍ର ଓ ବିଜେପିରୁ ସମ୍ବିତ ପାତ୍ରଙ୍କ ନାଁ ଘୋଷଣା ହୋଇସାରିଛି । ପୁରୀ ଲୋକସଭାରେ ସବୁବେଳେ ବାହାରୁ ପ୍ରାର୍ଥୀ କରାଯାଏ । ପୁରା ବାହାର ପ୍ରାର୍ଥୀ ନହେଲେବି ପୁରୀ ସହ ସବୁବେଳେ ଯୋଗାଯୋଗ ରଖୁନଥିବା ଲୋକଙ୍କୁ ପ୍ରାର୍ଥୀ କରାଯାଏ । ସେ ପିନାକୀ ମିଶ୍ର (ଦିଲ୍ଲୀରେ ଓକିଲ)ହୁଅନ୍ତୁ କି ସୁଚାରିତା ମହାନ୍ତି(ଦିଲ୍ଲୀରେ ସାମ୍ବାଦିକ) ହୁଅନ୍ତୁ କି ଅଶୋକ ସାହୁ ହୁଅନ୍ତୁ ସେମାନେ ସମସ୍ତେ ଗତଥର ବିଜେଡି,କଂଗ୍ରେସ ଓ ବିଜେପି ରୁ ପ୍ରାର୍ଥୀ ହୋଇଥିଲେ ।

ସେମାନେ ପୁରୀରେ ବେଶି ସମୟ ଦିଅନ୍ତି ନାହିଁ । ଏଥର ବିଜେପି ତାର ପୁରୀ ଲୋକସଭା ପ୍ରାର୍ଥୀ କରିଛି ସମ୍ବିତ ପାତ୍ରଙ୍କୁ ଯାହାର ପୁରୀସହ କୌଣସି ସମ୍ପର୍କ ନାହିଁ । କିନ୍ତୁ ଏଥର କଂଗ୍ରେସ ଟିକେ ଚାଲାକ ହୋଇ ଏପରି ଏକ ପ୍ରାର୍ଥୀ ଦେବାକୁ ଯାଉଛି ଯେକି ପୁରୀ ବାସିନ୍ଦା ନୁହନ୍ତି କିନ୍ତୁ ପୁରୀ ପାଇଁ ତାଙ୍କର ଅବଦାନ ନାହିଁ ଏହା ପରିପ୍ରକାଶ କରିହେବ ନାହିଁ । କଂଗ୍ରେସ ଏଥର ସତ୍ୟପ୍ରକାଶ ନାୟକଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି ।

ଏଠାରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଅନ୍ୟମାନେ ପୁରୀଠାରୁ ଦୂରରେ, ତେବେ ସତ୍ୟପ୍ରକାଶ ନାୟକ ଭଦ୍ରକର ହୋଇ କିପରି ପୁରୀ ସହ ଜଡିତ । କିନ୍ତୁ ଟିକେ ନିରୀଖି ଦେଖିଲେ ୨୦୧୪ ପରଠାରୁ ପୁରୀ ଅନେକ ସମୟରେ ଚର୍ଚ୍ଚାରେ ରହି ଆସିଛି । ଦାରୁ ଚୟନ ଠାରୁ ଆରମ୍ଭ କରି କୌଣସି ମହିୟସୀ ମହିଳାଙ୍କ ନିୟମ ଭାଙ୍ଗି ରଥ ଉପରେ ଚଢିବା ହେଉ । ଏହି ସବୁ ଖବରକୁ ଯେତେବେଳେ ପ୍ରମୁଖ ଗଣମାଧ୍ୟମ ଗୁଡିକ ପ୍ରଦର୍ଶିତ କରିନଥିଲା ସେତେବେଳେ ଜ଼ୀ କଳିଙ୍ଗ ଏହାକୁ ପ୍ରଦର୍ଶିତ କରିଥିଲା ଓ ଲୋକଲୋଚନକୁ ସବୁ ଘଟଣାକୁ ଆଣିଥିଲା ।

ସେତେବେଳେ ଏହାର ଏଡିଟର ଥିଲେ ସତ୍ୟପ୍ରକାଶ ନାୟକ । ସତ୍ୟପ୍ରକାଶ ସେତେବେଳେ ଶାସକ ଦଳର ଅନେକ ବିଧାୟକଙ୍କୁ ହରଡ଼ଘଣାରେ ପକାଇ ପାରିଥିଲେ । ପୁରୀରେ ଯୁବ ସମାଜର ଏକ ଫ୍ୟାନ ଫାଲୋୱର ସତ୍ୟପ୍ରକାଶଙ୍କ ଅଛି । ତେଣୁ କରି ପଇସା ଖର୍ଚ୍ଚକରି ବିଜେପି କିମ୍ବା ବିଜେଡି ଜିତିଯାଇ ପାରେ । କିନ୍ତୁ ଯେଉଁ ବିତର୍କ କାର୍ଯ୍ୟକ୍ରମ ହେବ ସେଥିରେ ସତ୍ୟପ୍ରକାଶ ନିଶ୍ଚୟ ସମସ୍ତଙ୍କ ହୃଦୟ ଜିତିବେ ଏଥିରେ କୌଣସି ଦ୍ୱିମତ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Spread the love