ସୁନ୍ଦରୀ ମଡେଲଙ୍କୁ ଘର ପଶି ହତ୍ୟା !

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଞ୍ଚଲ୍ୟ । ୨୧ ବର୍ଷୀୟ ଯୁବତୀଙ୍କ ଘରେ ପଶି ମାରଣାସ୍ତ୍ରରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସର କହିବାନୁସାରେ, ଏହି ଘଟଣାର ଅଭିଯୁକ୍ତ ହେଉଛନ୍ତି ଯୁବତୀଙ୍କ ଜିମ୍ ଟ୍ରେନର । ମୃତ ଯୁବତୀଙ୍କ ନାମ ହେଉଛି ମୁସ୍କାନ । ସେ ଜଣେ ଛାତ୍ରୀ ହେବା ସହ ମଡେଲିଂ ମଧ୍ୟ କରୁଥିଲେ । ଅଭିଯୋଗ ଅନୁସାରେ, ଘରେ ଏକା ଥିବା ସମୟରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଅଭିଯୁକ୍ତ ଜଣକ ଘଟଣା ପରେ ଫେରାର ହୋଇଯାଇଥିବା କୁହାଯାଉଛି ।

ମୁସ୍କାନଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ତୁରନ୍ତ ତାଙ୍କ ଘର ଭିତରକୁ ଆସିଥିଲେ । ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ବର୍ତ୍ତମାନ ଅଭିଯୁକ୍ତଙ୍କୁ ଖୋଜୁଥିବାବେଳେ, ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ମୁସ୍କାନଙ୍କ ବନ୍ଧୁ ଅମନଙ୍କ କହିବା ଅନୁସାରେ, ମୁସ୍କାନ ତିନି ଭଉଣୀଙ୍କ ମଧ୍ୟରେ ସବୁଠୁ ସାନ ଥିଲେ । ତାଙ୍କ ବଡ଼ ଭଉଣୀ ଚଣ୍ଡିଗଡ଼ରେ ଥିବାବେଳେ ଘଟଣା ସମ୍ପର୍କରେ ଜାଣି ଅମନଙ୍କୁ ତୁରନ୍ତ ଘରକୁ ଯିବାକୁ କହିଥିଲେ ।

ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ ଇମ୍ରାନ ପୂର୍ବରୁ ମଧ୍ୟ ମୁସ୍କାନଙ୍କୁ ହଇରାଣ କରୁଥିଲେ । ଏହି ଘଟଣା ପରେ ତାଙ୍କ ଉପରେ ସିଧାସଳଖ ସନ୍ଦେହ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *