ସୋଆ କ୍ୟାମ୍ପସ୍‌-୨ପରିସରରେ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ୍‌ର ସମ୍ ହସ୍ପିଟାଲ ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର, ଜୁଲାଇ ୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍‌-୨ ପରିସରରେ ବୁଧବାର ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ପକ୍ଷରୁ ସମ୍ ହସ୍ପିଟାଲ ନୂତନ ଶାଖା ଉଦ୍‌ଘାଟି୍‌ତ ହୋଇଯାଇଛି। ଏହି ନୂତନ ଶାଖାକୁ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍‌ଘାଟିତ କରିଥିଲେ । ଏହି ଅବସରରେ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ଭୁବନେଶ୍ୱର ଶାଖାର ଜୋନାଲ୍ ମ୍ୟାନେଜର ଶ୍ରୀ ଭୂଷଣ ଶର୍ମା, ସର୍କଲ୍ ହେଡ୍ ଶ୍ରୀ ରମେଶ କୁମାର ସାମଲ ଓ ବ୍ରାଂଚ ହେଡ୍ ଶ୍ରୀ ତପନ କୁମାର ମୁଣ୍ଡା ଉପସ୍ଥିତ ଥିଲେ। ଏହି ଅବସରରେ ସୋଆର ଚାଟାର୍ଡ ଆକାଉଟାଂଟ ଶ୍ରୀ ସରୋଜକାନ୍ତ ସାମଲ୍‌, ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ । ଏହି ଶାଖା ଦ୍ୱାରା ସୋଆର ଛାତ୍ରଛାତ୍ରୀ, ସମ୍‌ର କର୍ମଚାରୀ ଓ ହସ୍ପିଟାଲକୁ ଆସୁଥିବା ରୋଗୀମାନେ ବେଶ୍ ଉପକୃତ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *