ସୋରରେ : ଘର କାମ ପାଇଁ ରଖିଥିବା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ସୋର : ଘର କାମ ପାଇଁ ରଖିଥିବା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ l ବିଳମ୍ବିତ ରାତିରେ ଗୋଟିଏ ଗାଁରୁ ଦୁଇ ଜଣଙ୍କ ଘରେ ଲୁଟ ଅଭିଯୋଗ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଭୁଗୁପୁର ଶାସନରେ ଗତକାଲି ବିଳମ୍ବିତ ରାତିରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବା ବେଳେ ଏହି ଲୁଟ୍ ହୋଇଛି । ଦୃବୁର୍ତ୍ତ ମାନେ ତାଙ୍କ ଘରେ ପଶି ଟଙ୍କା ଓ ସୁନାରୁପା ଅଳଙ୍କାର ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି l
ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁଇଟି ପରିବାର ତାଙ୍କ ଘରେ ଶୋଇଥିବା ଘର ବାହାର ପଟୁ ଦୃବୁର୍ତ୍ତ ତାଲା ପକାଇ ଅନ୍ୟ ଘର ଥିବା ଆଟାଚରୁ ଘର କାମ ପାଇଁ ରଖିଥିବା ୯୫ ହଜାର ଟଙ୍କା ଓ ୧ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ଲୁଟ କରିଥିଲେ l ସେହିପରି ଅନ୍ୟ ଏକ ଘର ପଶି ଧାନ ବିକ୍ରି କରି ରଖିଥିବା ୪୫ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି ଦୃବୁର୍ତ୍ତ l ସିମୁଳିଆ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନାଯୋଗ୍ୟ, ରାୟଗଡା ସହରରେ ପୁଣି ପୁଲିସର ଚିନ୍ତା ବଢାଇଲେ ଲୁଟେରା ଗ୍ଯାଙ୍ଗ୍ । ସହରର ସ୍ବାଗତ ଲେନ୍ ର ଏକ ହୋଟେଲ୍ ରେ ଖାଉଥିବା ବେଳେ ସୁନା ବ୍ଯବସାୟୀ ସନ୍ତୋଷ ମହାପାତ୍ରଙ୍କ ସ୍କୁଟି ଡିକି ଭାଙ୍ଗି ପ୍ରାୟ ୧୦ ଭରି ସୁନା ଅଳଙ୍କାର ଲୁଟ୍ ହୋଇଥିଲା । ଆଜି ମଧ୍ଯହ୍ନରେ ବ୍ଯବସାୟୀ ସନ୍ତୋଷ ସ୍କୁଟିରେ ସୁନା ରଖି ଖାଇବାକୁ ଯାଇଥିଲେ । ଉକ୍ତ ସମୟରେ ଦୁଇ ଜଣ ଦୁର୍ବୃତ୍ତ ହୋଟେଲ ପରିସରକୁ ଆସି ସ୍କୁଟିର ଡିକି ଭାଙ୍ଗି ପ୍ରାୟ 16 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ ।
