୧୦ ଜଣ ବରିଷ୍ଠ ନେତାଙ୍କୁ ମିଳିଲା ନୂତନ ଦାୟୀତ୍ୱ

୧୦ ଜଣ ବରିଷ୍ଠ ନେତାଙ୍କୁ ମିଳିଲା ନୂତନ ଦାୟୀତ୍ୱ l ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ
କରିବା ପାଇଁ ଭୂବନ ମୋହନ ଜେନା ଓ ଶଙ୍କର୍ଷଣ ପରିଡାଙ୍କୁ ରାଜ୍ୟ ଉପ ସଭାପତି, ଚଣ୍ଡି ପ୍ରସାଦ ସିଂ ଓ ପ୍ରଶାନ୍ତ
ଆଦିତ୍ୟ ଏବଂ ସତ୍ୟ ଜେନାଙ୍କୁ ରାଜ୍ୟ ସମ୍ପାଦକ, ଶୁଭଙ୍କର ମହାପାତ୍ରଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା
ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ, ଦୀନବନ୍ଧୁ ପତିଙ୍କୁ ରାଜ୍ୟ ପ୍ରବକ୍ତା, ସୁନନ୍ଦା
ଶତପଥୀଙ୍କୁ ମହିଳା ମୋର୍ଚ୍ଚାର ରାଜ୍ୟ ଉପ ସଭାନେତ୍ରୀ, ସୁରଜ ପାଇକରାୟଙ୍କୁ ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଏବଂ କମଳେନ୍ଦୁଲାଲ୍ ମହାନ୍ତଙ୍କୁ ଓବିସି ମୋର୍ଚ୍ଚା ରାଜ୍ୟ ଉପ ସଭାପତି ଭାବେ ରାଜ୍ୟ ସଭାପତି  ବସନ୍ତ କୁମାର ପଣ୍ଡା ଦାୟୀତ୍ୱ ଦେଇଛନ୍ତି ବୋଲି ଏକ ପ୍ରେସ ବିବୃତିରେ ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର  ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Spread the love