୧୧୨ କଲ୍ କଲେ ମିଳିବ ୩ଟି ସେବା

କଟକ:  ଅଗ୍ନିଶମ, ଆମ୍ବୁଲାନ୍ସ ଓ ପୁଲିସ ସେବା ପାଇଁ  ୧୧୨ ନମ୍ବରକୁ କଲ କଲେ ଏହି ୩ ଟି ସେବା ମିଳିବ।ପ୍ରଥମ  ପର୍ଯ୍ୟାୟରେ ରାଜ୍ୟର ୨୦ ଟି ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ। ଏହି ସେବା କଟକା ଓଏମ୍ ପି ସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଶୁଭାରମ୍ଭ କରାଯାଇଛି। ରାଜ୍ୟ ସ୍ୱତନ୍ତ୍ର ଡିଜି ମନୋଜ ଛାବ୍ରା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦୬ ଟି ଗାଡ଼ି ପ୍ରଦାନ କରାଯାଇଛି। ତେବେ ଏହା ସାଧାରଣ ଲୋକଙ୍କ ପାଇଁ ବେଶ ଲାଭଦାୟକ ହେବ ବୋଲି ଡିଜି କହିଛନ୍ତି।

Spread the love