ବରଗଡ଼ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ

ବରଗଡ଼ : ବରଗଡ଼ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାମର କରିଛନ୍ତି ସମୀକ୍ଷା । ଆଜି ଗ୍ରୀସୁଲ ଜୀରା ନଦୀ ଉପରେ ଚାଲିଥିବା କାର୍ଯ୍ୟ, ଦେଓଗାଁ ଠାରେ ଚାଲିଥିବା ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଓ ସୋହେଲା ଡାକ୍ତରଖାନା ଯାଇ ସମୀକ୍ଷା କରିଛନ୍ତି ।

ସୋହେଲା ହଲଦୀପାଲି ପଡିଆରେ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି । ଅମ୍ବଭୋନା ବ୍ଳକରେ ବିସ୍ଥାପିତ ହୋଇଥିବା କୁରୁମକେଲ ଓ ଭୁତୁଲି ଗାଁରେ ଲୋକଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍‌ । ସେହିପରି ପାଇକମାଳ 5T ସ୍କୁଲ ପରିଦର୍ଶନ କରିବା ସହିତ ଉନ୍ନତି ମୂଳକ କାମ ତଦାରଖ କରିଛନ୍ତି ।

କସ୍ତୁରବା ଗାନ୍ଧୀ ମାତୃନିକେତନକୁ ଯାଇ ଅନ୍ତେବାସୀଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । ପ୍ରଭୁ ନୃସିଂହନାଥ ମନ୍ଦିର ଦର୍ଶନ କରିବା ସହ ବିକାଶ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ।

Spread the love