୭୧ ବର୍ଷୀୟ ବାପାଙ୍କ ବିବାହ କରାଇଲା ଝିଅ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ପୋଷ୍ଟ ଭାଇରାଲ ହେଉଛି । କେହି କେହି ବିଭିନ୍ନ କଳା ପ୍ରଦର୍ଶନ କରି ରାତାରାତି ଷ୍ଟାର ପାଲଟିଯାଉଥିବା ​‌ବେଳେ ଲୋକପ୍ରିୟତା ପାଇଁ ଅନେକ ଦୁଃସାହସିକ ପ୍ରଦର୍ଶନ କରିବାକୁ ମଧ୍ୟ ପଛାଉନାହାନ୍ତି ।

ନିକଟରେ ଏଭଳି ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ୭୧ ବର୍ଷ ବୟସ୍କ ବ୍ୟକ୍ତି ପତ୍ନୀଙ୍କ ଦେହାନ୍ତର ୫ ବର୍ଷ ପରେ ଆଉ ଜଣେ ମହିଳାଙ୍କୁ ବିବାହ କରିଚନ୍ତି । ଏହି ଟ୍ବିଟ୍‌କୁ ସୋସିଆଲ ମିଡିଆ ୟୁଜର ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି । କାରଣ ବୃଦ୍ଧଜଣକ ଜଣେ ବିଧବା ମହିଳାଙ୍କୁ ବିବାହ କରିଛନ୍ତି । ଉଭୟ ନବବିବାହିତଙ୍କ ଫଟୋକୁ ଟ୍ବିଟରରେ ସେୟାର କରିଛନ୍ତି ଝିଅ ଆଦିତି ।

ଏହା ପରେ ପୋଷ୍ଟଟି ଖୁବ ଭାଇରାଲ ହୋଇଛି । ଅନେକ ୟୁଜର ପିତାଙ୍କ ଦ୍ବିତୀୟ ବିବାହ କରାଇଥିବାରୁ ଆଦିତୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟ୍ବିଟ୍‌ କରି ଆଦିତୀ ଲେଖିଥିଲେ ଯେ, ‘ମାଙ୍କ ଦେହାନ୍ତର ୫ ବର୍ଷ ପରେ ଜଣେ ବିଧବା ମହିଳାଙ୍କୁ ବିବାହ କରିଛନ୍ତି ମୋ ପିତା । ମୁଁ ସବୁବେଳେ ଚାହୁଁଥିଲି ଯେ ମୋ ପିତା ଆଉ ଥରେ ବିବାହ କରନ୍ତୁ । କାରଣ କେହି ବି ଏକା ରହିବା କଥା ନୁହେଁ ।’ ଏହି ପୋଷ୍ଟ ସହିତ ଆଦିତୀ ଉଭୟ ଫଟୋ ମଧ୍ୟ ସେୟାର କରିଥିଲେ ।

Spread the love