ଭାରତରତ୍ନ ଅଟଳବିହାରୀ ବାଜେପେୟୀଙ୍କ ଜନ୍ମଦିନ ଅବସରରେ ସମ୍ମାନିତ ହେବେ ବହୁ ବିଶିଷ୍ଟ ବ୍ୟକ୍ତି

ଡିସେମ୍ବର 25 ତାରିଖ  ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ  ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ । 1924  ଡିସେମ୍ବର 25 ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ସେଥିଲାଗି ପ୍ରତିବର୍ଷ ସାରାଭାରତରେ ଡିସେମ୍ବର 25 ତାରିଖକୁୁ “ସୁଶାସନ ଦିବସ” ଭାବେ ପାଳନ କରାଯାଉଛି । ଏହି ଅବସରରେ ଚଳିତ ବର୍ଷ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 95 ତମ ଜନ୍ମ ଦିବସ ପାଳନ ସହ ଏହି ଅବସରରେ ସମ୍ମାନ ଜନକ “ଅଟଳ ସମ୍ମାନ – 2019” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ପଞ୍ଚାନନ ନାୟକ ଜଣାଇଛନ୍ତି ।

ଚଳିତବର୍ଷ ବରିଷ୍ଠ ସମାଜସେବୀ ତଥା ସାମାଜିକ ଆନ୍ଦୋଳନର ନେତା ଶ୍ରୀ ପ୍ରଶାନ୍ତ ସେନାପତିଙ୍କୁ ଚତୁର୍ଥ “ଅଟଳ ସମ୍ମାନ 2019” ସମ୍ମାନରେ ସମ୍ମାନିତ କରାଯିବ । ସେହିପର ବିଶିଷ୍ଟ ରାଷ୍ଟ୍ରବାଦି କବି ଶ୍ରୀ ବିରଞ୍ଚି ନାରାୟଣ ପଣ୍ଡାଙ୍କୁ “ଅଟଳ କବିତା ସମ୍ମାନ -2019” ରେ ସମ୍ମାନୀତ କରାଯିବ । ଶ୍ରୀ ପଣ୍ଡା ଓଡିଆ ଭାଷାରେ ରାଷ୍ଟ୍ରବାଦୀ କବିତା ଲେଖିବା ସହ ସମାଜର ବ୍ୟବସ୍ଥା ପରିବତର୍ନ ଓ ସଂସ୍କୃତିର ସୁରକ୍ଷା ପାଇଁ ଚେଷ୍ଟିତ ଅଛନ୍ତି । ସେହିପରି ବିଶିଷ୍ଟ ସମାଜସେବୀ ଶ୍ରୀ ସୁବୋଧ ମିଶ୍ରଙ୍କୁ “ଅଟଳ ସମାଜସେବୀ ସମ୍ମାନ 2019” ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ । ଶ୍ରୀ ମିଶ୍ର ସାମାଜସେବାରେ ନିଜକୁ ଉତ୍ସର୍ଗ କରି ଗରୀବ ଯୁବକ ଯୁବତୀମାନଙ୍କ ଆତ୍ମନିଯୁକ୍ତି ପାଇଁ ପ୍ରୟାସରତ ଅଛନ୍ତି । ରାଜ୍ୟ କାର୍ଯାଳୟରେ ଆସନ୍ତା ଡିସେମ୍ବର 25 ତାରିଖ ଅପରାହ୍ଣ 4 ଟାରେ ଏହି ଅଟଳ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Spread the love