ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ, ନାନା ମୁନୀଙ୍କ ନାନା ମତ
ପୁରୀ : ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ । କିଛି ଦିନ ହେବ ଲଗାତାର ଚିଲ ନୀଳଚକ୍ର ଉପରେ ବସୁଥିବା ଦେଖିବାକୁ ମିଳୁଛି । ଆଜି ପୁଣି ଏକ ଚିଲ କିଛି ସମୟ ଉଡିବା ପରେ ଅକ୍ଷୟଦଣ୍ଡରେ ବସିଥିବା ଦେଖିବାକୁ ମିଳିଥିଲା । କେତେଜଣ ସେବାୟତ ଏହାକୁ ମହାପ୍ରଭୁଙ୍କ ଅଶୁଭ ସଂକେତ ବୋଲି କହିଛନ୍ତି । ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିଥାଏ । ଭୂମିକମ୍ପ, ଭୂସ୍ଖଳନ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଖାଦ୍ୟାଭାବ, ଗୃହଯୁଦ୍ଧ ବୃଦ୍ଧି ପାଇଥାଏ ବୋଲି ସେମାନେ କହିଛନ୍ତି । ଅନ୍ୟପକ୍ଷରେ ଏହା ଏକ ସାଧାରଣ କଥା ବୋଲି ଅନେକ ବ୍ୟକ୍ତବିଶେଷ ମତ ଦେଇଛନ୍ତି ।
