ଅକ୍ଷୟ ତୃତୀୟାରେ ଥାଳ ଉଠା ପର୍ବ, ବିଭିନ୍ନ ଶିବାଳାୟରେ ଆରମ୍ଭ ହେବ କାର୍ଯ୍ୟକ୍ରମ

ସମ୍ବଲପୁର: ପବିତ୍ର ଅକ୍ଷୟ ତୃତୀୟାରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଥାଳଉଠା ପର୍ବ । ବିଭିନ୍ନ ଶିବାଳାୟରେ ଆରମ୍ଭ ହେବ କାର୍ଯ୍ୟକ୍ରମ । ବୁଢାରାଜା ସ୍ଥିତ ପାହାଡ଼େଶ୍ୱର ବାବାଙ୍କ ମନ୍ଦିରରେ ଥାଳ ଉଠା ସମ୍ପନ୍ନ ହୋଇଛି । ସନ୍ଧ୍ୟାରେ ଅନ୍ୟ ଶୈବପୀଠ ଗୁଡିକରେ ଥାଳଉଠା ପର୍ବ ସହ କନ୍ୟା ମାତା ପିତା ଚୟନ ପରମ୍ପରା ରହିଛି । ସମ୍ବଲପୁରର ତିନି ପ୍ରମୁଖ ଶିବାଳୟ ନନ୍ଦପଡା, ଝାଡୁଆପଡା ଓ ମୋଡ଼ିପଡ଼ାରେ ଥିବା ଶିବାଳାୟରେ ଥାଳ ଉଠିବ ।  ଥାଳଉଠା ସମ୍ପନ୍ନ ପରେ ପାଣ୍ଠି ସଂଗ୍ରହ ଆରମ୍ଭ ହୋଇଥାଏ । ସମସ୍ତ ଯାତ୍ରା କମିଟି ଆଜିଠୁ ଦେବ ବିବାହ ପାଇଁ ଲାଗି ପଡ଼ନ୍ତି। କଣ ରହିଛି ଅପଡେଟ୍ ଅଧିକ ସୂଚନା ଦେବାକୁ ଲାଇଭରେ ଯୋଡି ହୋଇଛନ୍ତି ଆମ ସମ୍ବଲପୁର ସିନିୟର ରିପୋର୍ଟର, ଶ୍ରବଣ ପତି ।

ସେହିପରି, ଗତବର୍ଷ ମଧ୍ୟ ସମ୍ପନ୍ନ ହେଇଥିଲା ଥାଳ ଉଠା ପର୍ବ । ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ କାର୍ଯ୍ୟକ୍ରମ ଥାଳଉଠା ପର୍ବ ହୋଇଥିଲା । ସମ୍ପୂର୍ଣ୍ଣ ରୀତି ନୀତି ଅନୁଯାୟୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ଥାଳ ଉଠା ପର୍ବ । ଆଜି ପବିତ୍ର ଅକ୍ଷୟ ତୃତୀୟାରେ ସହରର ପ୍ରସିଦ୍ଧ ଶିବାଳୟ ଗୁଡିକରେ ଥାଳ ଉଠା ପର୍ବ ଅନୁଷ୍ଠିତ ହୋଇଥିଲା ।  ଏହି ରୀତିନୀତି ଅନୁଯାୟୀ ନନ୍ଦପଡାର ବମ ବରାଡ଼ ବାବା ବାଲୁଙ୍କେଶ୍ୱର, ଝାଡୁଆପଡାର ଲୋକନାଥ ବାବା ଓ ମୋଦୀପଡାର ଜାଗେଶ୍ୱର ବାବାଙ୍କ ମନ୍ଦିରେ ଆଡମ୍ବର ସହକାରେ ଥାଳଉଠା ପୂଜାର୍ଚ୍ଚନା କରାଯାଇଥିଲା ।

Spread the love