ଅଧିକାଂଶ ପେଟ୍ରୋଲ ପମ୍ପରେ ତାଲା, ଲୋକ ହନ୍ତସନ୍ତ

ଭୁବନେଶ୍ୱର : ମିଳୁନି ପେଟ୍ରୋଲ କି ଡିଜେଲ । ଗ୍ରାହକ ହନ୍ତସନ୍ତ ହେଉଛନ୍ତି । ରାଜଧାନୀରେ ପେଟ୍ରୋଲ ସଙ୍କଟ ଦେଖା ଦେଇଛି । ଘାଟିକିଆ ଓ କଳ୍ପନାର ବିଭିନ୍ନ ଟାଙ୍କିରେ ପେଟ୍ରୋଲ ମିଳୁନି । ଏଥିଯୋଗୁ କଳ୍ପନା ସମେତ ଘାଟିକିଆର ବିଭିନ୍ନ ପେଟ୍ରୋଲ ପମ୍ପ୍ ବନ୍ଦ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ପ୍ରଥମେ ଖୋର୍ଦ୍ଧାର ବେଗୁନିଆ ପରେ ଜଗତସିଂହପୁର ଓ ଏବେ ରାଜଧାନୀରେ ତୈଳ ସଙ୍କଟ ଦେଖିବାକୁ ମିଳିଛି। ଏଥିଯୋଗୁ ଧିରେ ଧିରେ ଜନଅକ୍ରୋଶ ବୃଦ୍ଧି ପାଉଥିବା ସୂଚନା ମିଳିଛି। ଜରୁରୀକାଳିନ ସମୟରେ ପେଟ୍ରୋଲ ନ ମିଳିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଛି।

ଅନ୍ୟପଟେ ଜୟପୁରରେ ମଧ୍ୟ ପୁଣି ପେଟ୍ରୋଲ ଓ ଡିଜେଲ ସଙ୍କଟ ଦେଖାଦେଖଛି । ପେଟ୍ରୋଲ ଡିଜେଲ ନଥିବାରୁ ଜୟପୁରର ସହରର ୬ଟି ପେଟ୍ରୋଲ ଟାଙ୍କିକୁ ବନ୍ଦ କରାଯାଇଛି । ଫଳରେ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମାତ୍ର ୨ଟି ପମ୍ପରେ ତେଲ ମିଳୁଛି । ତେଣୁ ସେଠାରେ ପେଟ୍ରୋଲ ପକାଇବାକୁ ସକାଳୁ ସକାଳୁ ଲୋକଙ୍କ ପ୍ରବଳ ଭିଡ଼ ଜମିଛି। ଦୁଇଚକିଆକୁ ୨୦୦ ଓ ଚାରି ଚକିଆକୁ ୫୦୦ଟଙ୍କାର ପେଟ୍ରୋଲ ମିଳୁଛି। ପେଟ୍ରୋଲ ଅଭାବରୁ ଅନେକ ଟାଙ୍କି ବନ୍ଦ ଥିବା ବେଳେ ଲୋକଙ୍କ ମନରେ ଭୟ ଆଗକୁ ପେଟ୍ରୋଲ ମିଳିବନି। ତେଣୁ ପେଟ୍ରୋଲ ଓ ଡିଜେଲ ପକାଇବାକୁ ଲୋକେ ପ୍ରବଳ ଭିଡ଼ ଜମାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *