ପତ୍ନୀକୁ ହତ୍ୟା କରି ଖାଟୁ ଶ୍ୟାମ ମନ୍ଦିର ଚାଲିଗଲା ସ୍ବାମୀ, ଘରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ଦେଲେ ପୋଲିସକୁ ସୂଚନା

ରାଜସ୍ଥାନ : ରାଜସ୍ଥାନ କୋଟପୁତଲୀ ବହରୋଡ ଜିଲ୍ଲାରେ ଚାଞ୍ଚଲ୍ୟକର ଘଟଣା । ସ୍ତ୍ରୀକୁ କୁରାଢୀରେ ହତ୍ୟା କରିବା ପରେ ମୃତଦେହ କୁ ଗରେ ବନ୍ଦ କରିଦେଇଥିଳେ । ଏହାପରେ ଖାଟୁ ଶ୍ୟାମ ମନ୍ଦିର ଦର୍ଶନ ପାଇଁ ଚାଲିଯାଇଥିଲେ । ୩ ଦିନ ଧରି ଘରେ ପଡିଥିବା ମୃତଦେହରୁ ଦୁର୍ଗନ୍ଧ ହେବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ତେବେ ସ୍ବାମୀ ଜଣକ ମନ୍ଦିରରୁ ଫେରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।

ପୋଲିସ ମୁତାବକ, କୋଟପୁତଲୀ ବହରୋଡ ଜିଲ୍ଲା ମହତବାସ ଗାଁରେ କପିଲ ସେନ ନାମକ ଜଣେ ଯୁବକ ପତ୍ନି ମୋନିକା ( ୩୬)ଙ୍କୁ ଶୋବା ସମୟରେ କୁରାଢୀରେ ହାଣି ହତ୍ୟା କରିଥିଲେ । ୧୦ ମଇ ସକାଳେ କପିଲ ସେନଙ୍କ ଘରୁ ଦୁର୍ଗନ୍ଧ ଆସୁଥିବା ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘର ଖୋଲି ଦେଖିବା ବେଳକୁ ମୋନିକାଙ୍କ ମୃତଦେହ ବେଡରେ ପଡିଥିଲା ।

ଘରର କାନ୍ଥ ଏବଂ ଚଟାଣରେ ରକ୍ତଛିଟା ଲାଗିଥିଲା । ଏହାପରେ ପୋଲିସ ୧୨ ମଇରେ ଗାଁକୁ ଫେରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ପୋଲିସ ମାମଲାର ଖୁଲାସା କରିଛି ।

ହତ୍ୟା ମାମଲାରେ ପୋଲିସ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରି ପଚରାଉଚରା କରିବା ପରେ ଅଭିଯୁକ୍ତ ଜଣକ ସମସ୍ତ ଦୋଷ ସ୍ବୀକାର କରିଥିଲା । ଦୁହେଁ ଦୀର୍ଘଦିନରୁ କଳିଝଗଡା କରୁଥିଲେ । ସ୍ତ୍ରୀକ ହତ୍ୟା କରିବା ପରେ କପିଲ ଖାଟୁ ଶ୍ୟାମଙ୍କୁ ଦର୍ଶନ କରିବା ପାଇଁ ଚାଲିଯାଇଥିଲେ ।

ମହିଳାଙ୍କ ଭାଇ କପିଲ ଏବଂ ତାଙ୍କ ପରିବାର ଲୋକ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଭାଇ ପବନ କହିଛନ୍ତି, ୨୦୦୯ରେ ମୋର ଦୁଇ ଭଉଣୀ ମୋନିକା ଏବଂ ଭାରତୀଙ୍କ ବିବାହ ମହତାବାସ ଗାଁରେ ଦୁଇ ଭାଇ କପିଲ ଏବଂ ଗଜେନ୍ଦ୍ରଙ୍କ ସହିତ ହୋଇଥିଲା । ବିବାହ ପରେ ଶଶ୍ବୁର ଘର ଲୋକ ଯୌତୁକକୁ ନେଇ ନିର୍ଯାତନା ଦେଉଥିଲେ । ଅନେକ ଥର ସେମାନଙ୍କୁ ବୁଝାଯାଇଥିଲେ ମଧ୍ୟ ସେମାନେ ମାନିନଥିଲେ । ୮ ବର୍ଷ ପୂର୍ବରୁ ଭାରତୀ ଶାଶୁଘରୁ ଆସିଯାଇଥିଲେ । କିନ୍ତୁ ମୋନିକା ନିଜ ଶଶ୍ବୁର ଘରେ ରହୁଥିଲେ। ତେବେ ଏବେ ମାମଲାର ତଦନ୍ତ କରୁଛି ପୋଲିସ ।

Spread the love

Leave a Reply

Your email address will not be published. Required fields are marked *