ପ୍ରେମିକାର ମାମୁ ଓ ମା କୁ ହାଣିଲା ପ୍ରେମିକ
ବାଲେଶ୍ବର: ବାଲେଶ୍ବରରେ ଘଟିଛି ଅଘଟଣ । ତ୍ରିକୋଣୀୟ ପ୍ରେମକୁ ନେଇ ହଣାକଟା । ପ୍ରେମିକାର ମାମୁ ଓ ମା କୁ ହାଣିଲା ପ୍ରେମିକ । ବାଲେଶ୍ବର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଷ୍ଟେସନ ପରିସରରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା । ସୂଚନା ମୁତାବକ ଗତକାଲି ପ୍ରେମିକା ନିଜ ମା ଓ ମାମୁ ଙ୍କ ସହ ପ୍ରେମିକ ସହ ଆପୋଷ ବୁଝାମଣା ପାଇଁ ଷ୍ଟେସନ ପରିସର କୁ ଆସିଥିବା ବେଳେ କଥା କଟାକଟି ରୁ ପ୍ରେମିକାର ମାମୁ ଓ ମା କୁ ଧାରୁଆ ଅସ୍ତ୍ରରେ ହାଣିଲା ପ୍ରେମିକ ।
ଗୁରୁତ୍ୱର ଅବସ୍ଥାରେ ଉଭୟଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ କଟକ ସ୍ଥାନାନ୍ତର କରାଯାଇଛି । ସେପଟେ ଅଭିଯୁକ୍ତ ପ୍ରେମିକ ଘଟଣା ସ୍ଥଳରୁ ଚଂପଟ୍ ମାରିଲା ବେଳେ ଗାଡ଼ିରେ ପେଟ୍ରୋଲ ସରିଯିବାରୁ କାବୁ କଲା ପୋଲିସ । ଘଟଣା କୁ ନେଇ ଅଧିକ ତଦନ୍ତ ଜାରି ରଖିଛି ସହଦେଵଖୁଣ୍ଟା ପୋଲିସ ।
