ପାଣି ପିଇବାକୁ ଯାଇ ଫସିଗଲା ହାତୀ ଛୁଆ , ଦେଢ଼ ଘଣ୍ଟାର ଅପରେସନ ପରେ ଉଦ୍ଧାର କଲା ବନବିଭାଗ
ଅନୁଗୋଳ : ପାଣି ପିଇବାକୁ ଯାଇ ଫସିଗଲା ହାତୀ ଛୁଆ । ଛୁଆକୁ ଉଦ୍ଧାର ପାଇଁ ଯାଇଥିବା ଜେସିବିକୁ ଆକ୍ରମଣ କଲା ମାଆ ହାତୀ । ଶେଷରେ ଦେଢ଼ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା ଛୁଆ । ଏହି ଘଟଣା ପମ୍ପାସର ରେଞ୍ଜ ଟାଇଁଶି ପଞ୍ଚାୟତ ବରଗୋଠ ଗାଁରେ ଦେଖିବାକୁ ମିଳିଛି । ଆଜି ସକାଳ ସମୟରେ ଗାଁ ପାଖ ଏକ ପୋଖରୀରୁ ହାତୀଛୁଆ ଓ ମା ପାଣି ପିଇବାକୁ ଯାଇଥିଲେ। ପରେ ହାତୀଛୁଆଟି ଆଉ ପୋଖରୀରୁ ଉପରକୁ ଆସିପରି ନଥିଲା । ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ପରେ ବନ ବିଭାଗ ପୋଖରୀ ପାଖରୁ ସମାନ୍ତରାଳ ଭାବେ ଖୋଳି ରାସ୍ତା ତିଆରି ହେବା ପରେ ଛୁଆଟି ବାହାରକୁ ଆସିଥିଲା । ଶେଷରେ ଛୁଆ ହାତୀ ପାଖରେ ଥିବା ଦଳ ହାତୀଙ୍କ ପାଖକୁ ଯାଇ ଜଙ୍ଗଲକୁ ଯାଇଥିବା କହିଛନ୍ତି ସାତକୋଶିଆ ଡିଏଫଓ ଗଦାଧର ପାତ୍ର ।
