ଯାଜପୁର ଜିଲ୍ଲା କୋଷାଗାରଙ୍କ ବିରୋଧରେ ଅଭିଯୋଗ, ବରିଷ୍ଠ ସହାୟକଙ୍କୁ ଅଶାଳୀନ ବ୍ୟବହାର
ଯାଜପୁର : ଯାଜପୁର ଜିଲ୍ଲା କୋଷାଗାର ଅଧିକାରୀ ଦୀପ୍ତିମାନ ପାତ୍ରଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ । ସରକାରୀ କାର୍ଯ୍ୟାଳୟରେ ନିଶ୍ୱାସକ୍ତ ହୋଇ ବରିଷ୍ଠ ସହାୟକଙ୍କୁ ଅଶାଳୀନ ବ୍ୟବହାର ସହ ମାଡ଼ ମାରିଥିବା ଜିଲ୍ଲାପାଳ ଓ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଜିଲ୍ଲା କୋଷାଗାର ଗତ କିଛି ମାସ ଧରି କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିଲେ । ନିୟମିତ ଅପିସ ଆସୁନଥିଲେ । ଆଜି ୧ ମାସ ପରେ ଅପିଂସ କୁ ଆସିଥିବା ବେଳେ ନିଜର ଉପସ୍ଥାନ ପାଇଁ ବାଇଓମେଟ୍ରିକ ଅପଡେଟ କରିବାକୁ ଅଧସ୍ତନ କର୍ମଚାରୀଙ୍କୁ ବାଧ୍ୟ କରିଥିଲେ। କାର୍ଯ୍ୟାଳୟର ବରିଷ୍ଠ ସହାୟକ ବ୍ରହ୍ମହାନନ୍ଦ ନାଥଶର୍ମା ଏଭଳି ବେଆଇନ କାର୍ଯ୍ୟ କରିବାକୁ ମନା କରିବାକୁ ତାଙ୍କୁ ଆକ୍ରମଣ ସହିତ ଅଶ୍ମିଳ ଗାଳିଗୁଲଜ କରିଥିଲେ ।
ପ୍ରତିବାଦରେ ଟ୍ରେଜେରି ଅଫିସର ଅନ୍ୟ କର୍ମଚାରୀ ଏକାଠି ହୋଇ ଏ ସଂପର୍କରେ ଜିଲ୍ଳାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହିତ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । କୋଷାଗାର ଅଧିକାରୀ ନିଶାଶକ୍ତ ହୋଇ ଏଭଳି କାର୍ଯ୍ୟ କରିଥିବା ର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ କୁ ନିବେଦନ କରିଛନ୍ତି ସହାୟକ ସଂଘ ।
