ଗୌରାଙ୍ଗ ସେଠୀଙ୍କୁ ସଂଘବଦ୍ଧ ଆକ୍ରମଣ ଓ ଅପହରଣ ଘଟଣା, ଏସ.ପି ଓ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ଗାଁର ଗୌରାଙ୍ଗ ସେଠୀଙ୍କୁ ସଂଘବଦ୍ଧ ଆକ୍ରମଣ ଓ ଅପହରଣ ଘଟଣାରେ କେନ୍ଦ୍ରାପଡା ଏସ.ପି ଓ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ । ଘଟଣା ଘଟିଥିବା ଗାଁ ନିକଟସ୍ତ ସହିରା ବାଲିଘାୟ ଓ ମହାଦେଇପାଟଣା ଗାଁରେ ପଂହଚି ପୁଲିସ ବାହିନୀ ସହ ବିଭିନ୍ନ ସ୍ଥାନରେ ଛାନଭିନ୍ ଆରମ୍ଭ କରିଛନ୍ତି । ଏଥିସହିତ ମହାଦେଇ ପାଟଣା ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀର ବାଲିପଠା,ଗାଁ ଛକ ଆଦି ସ୍ଥାନରେ ସାଇଣ୍ଟିଫିକ୍ ଟିମ୍ ନେଇ ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି । ଏଭଳି ବର୍ବର କାଣ୍ଡକୁ ପୁଲିସ ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ କରିଛି ।  ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି ।  ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯାଇ ଘଟଣାର ପର୍ଦ୍ଧାଫାଶ ହେବ ବୋଲି ଏସପି ଶ୍ରୀ ବର୍ମା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *