୩ ମାସ ହେଲା ମିଳିନି ଭତ୍ତା, ଦଉଡ଼ି ଦଉଡ଼ି ନୟାନ୍ତ ହିତାଧିକାରୀ
ବାଙ୍କୀ: ୩ ମାସ ହେଲା ମିଳିନି ଭତ୍ତା । ଦଉଡ଼ି ଦଉଡ଼ି ନୟାନ୍ତ ହିତାଧିକାରୀ । ବାଙ୍କୀ ବ୍ଲକ୍ ରେ ତିନି ମାସ ହେଲା ବୃଦ୍ଧ ବୃଦ୍ଧା ,ବିଧବା, ଅସହାୟ ଓ ଦିବ୍ୟାଙ୍ଗ ଏଯାଏଁ ପାଇ ନାହାନ୍ତି ଭତ୍ତା । ପ୍ରତ୍ୟେକ ମାସର ୧୫ ତାରିଖ ପୂର୍ବରୁ ବୃଦ୍ଧ ବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କ ମଧ୍ୟରୁ କିଏ ମାସିକ ହଜାର ଟଙ୍କା ତ ଆଉ କିଏ ସାଢେ ତିନି ହଜାର ଟଙ୍କା ଭତ୍ତା ପାଉଥିଲେ ।
ତାହା ପୁଣି ବ୍ୟାଙ୍କ ପୋଷ୍ଟ ଅଫିସର ସଞ୍ଚୟ ଖାତାକୁ ଆସେ । କିନ୍ତୁ ୩ ମାସ ହେଲା ହିତାଧିକାରୀ ମାନଙ୍କ ଖାତାକୁ ଟଙ୍କା ଆସୁନି । ଯାହାକୁ ନେଇ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି ହିତାଧିକାରୀ । କଟକ ଜିଲ୍ଲାର ବାଙ୍କୀ ବ୍ଲକର ୨୦ଟି ପଞ୍ଚାୟତରେ ମାସକୁ ୫ ହଜାର ୫ ଶହ ୨୬ ଜଣଙ୍କୁ ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଡିବିଟି ମାଧ୍ୟମରେ ପଠା ଯାଉଛି । କିନ୍ତୁ ସେମାନଙ୍କ ଖାତାକୁ ଏଯାଏଁ ଟଙ୍କା ଆସିନଥିବା ଅଭିଯୋଗ ।
