ବିଦେଶ ଗଲା ପାଟଣାଗଡ଼ ଆମ୍ବ, ଏଥର ଜର୍ମାନୀ ଓ ଇଟାଲୀକୁ ହେଉଛି ରପ୍ତାନି
ପାଟଣାଗଡ଼ : ବଲାଙ୍ଗିର ପାଟଣାଗଡ଼ ଅଞ୍ଚଳର ଆମ୍ବର ଚାହିଦା ବଢ଼ିବାରେ ଲାଗିଛି । ପୁରା ଜୈବିକ ପଦ୍ଧତିରେ ଚାଷ କରାଯାଉଛି ଏହି ଆମ୍ବ । ଜର୍ମାନୀ ଓ ଇଟାଲୀକୁ ରପ୍ତାନି ହେଉଛି ଏହି ଆମ୍ବ । ପ୍ରଥମ ପର୍ଯ୍ୟାୟରେ ୪ଜଣ ଚାଷୀଙ୍କ ଦୁଇଟନ ଆମ୍ବ୍ରପଲ୍ଲୀ ଆମ୍ବ ରପ୍ତାନି କରାଯାଇଛି । ପ୍ରଗତି ଫାର୍ମର ପ୍ରଡ୍ୟୁସର କମ୍ପାନୀ ଦ୍ୱାରା ଆମ୍ବ ରପ୍ତାନି କରାଯାଉଥିବା ବେଳେ ଦଶମତୀ ମନ୍ଦିର ଠାରୁ ବିଦେଶକୁ ଆମ୍ବ ରପ୍ତାନିର ଉଦଘାଟନ ସହିତ ପ୍ରଗତିଫାର୍ମର ପ୍ରଡ୍ୟୁସର କମ୍ପାନୀର ଏକ ୱେବସାଇଟର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । କାର୍ଯ୍ୟକ୍ରମରେ ପ୍ରଗତି ଫାର୍ମର ପ୍ରଡ୍ୟୁସର କମ୍ପାନୀ ସଦସ୍ୟ, ଚାଷୀ ଓ ଜନସାଧାରଣ ଉପସ୍ଥିତ ଥିଲାବେଳେ ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଲକ୍ଷ୍ୟ ନେଇ ଏପରି କାର୍ଯ୍ୟକ୍ରମ କରାଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଗତବର୍ଷ ମଧ୍ୟ ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଆବୁଧାବି ଓ ଦୁବାଇକୁ ରପ୍ତାନି ହୋଇଥିଲା ପାଟଣାଗଡ଼ ଆମ୍ବ ।
