ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଆଜି ଯୋକା ଫିଟିଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଆଗେଇ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ ।  ତିନିରଥର ମୋଟ ୩୨ ଗୋଟି ପୋଲ ଗୟଳ ଏବଂ ଚାନ୍ଦା ଗୟଳ ମଧ୍ୟରୁ ବାକିଥିବା ତିନିରଥର ଦୁଇଟି ଲେଖାଏଁ ଛନ୍ଦା ଗୟଳ ମୋଡା ଯାଇ କଣ୍ଟା ବସିବା ପାଇଁ ଦଉଡ଼ିରେ ବାନ୍ଧେଣି ପଡ଼ିଥିଲା । ବାକିଥିବା ଚାନ୍ଦା ଗୟଳ ଗୁଡିକରେ କଣ୍ଟା ବସିବା କାର୍ଯ୍ୟ ଶେଷ ହୋଇଛି । ଆଜି ତିନି ରଥର ଯୋକା ଫିଟିଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥର ମୋଟ ୪୪ ଗୋଟି ଯୋକା ଗୁଡିକୁ ତିନି ରଥରେ ଫିଟିଙ୍ଗ ପୂର୍ବରୁ ଯୋକା ଗୁଡିକରେ ମାପ ପ୍ରକାରେ କାପ ଖୋଦେଇ କାର୍ଯ୍ୟ ଶେଷ ହୋଇ ତାଳ ଧ୍ୱଜ ଏବଂ ଦର୍ପଦଳନ ରଥରେ ୮ ଟି ଲେଖାଏଁ ଯୋକା ଫିଟିଙ୍ଗ ଶେଷ ହୋଇଛି ।

ନନ୍ଦିଘୋଷ ରଥର ସମସ୍ତ ଜୋକା ଗୁଡ଼ିକର କାପ ଖୋଦେଇ ଶେଷ ହୋଇଛି । ରଥ ଚାଳିରେ ଆରମ୍ଭ ହୋଇଛି ତିନିରଥର ପ୍ରଥମ ଭୂଇଁ ଫ୍ରେମ୍ ପ୍ରସ୍ତୁତି କାର୍ଯ୍ୟ । ଗତକାଲି ତିନିରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ଵାବଧାନରେ ତିନିରଥର ମହାରଣା ସେବକ ଏବଂ ଭୋଇ ସେବକଙ୍କ ସହଯୋଗରେ ରଥ ଚାଳିରେ ପ୍ରସ୍ତୁତି ଆରମ୍ଭ ହୋଇଛି ତିନିରଥର ପ୍ରଥମ ଭୂଇଁ ଫ୍ରେମ୍ । ପ୍ରଥମ ଭୂଇଁ ଫ୍ରେମ ର ୬ କାଠି ପ୍ରେମ ପ୍ରସ୍ତୁତି ଶେଷ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *