ଶାଶୁ ମଥାରେ ସିନ୍ଦୂର ଭରିଲା ଜ୍ବାଇଁ, କୋର୍ଟରେ କଲେ ବିବାହ

କାନପୁର : ଉତ୍ତରପ୍ରଦେଶ କାନପୁରରେ ଜ୍ବାଇଁ-ଶାଶୁଙ୍କ ଯୋଡି ଚର୍ଚ୍ଚାର ବିଷୟ ପାଲଟିଛି । ଶାଶୁ ଜ୍ବାଇଁ ସଂପର୍କରେ କଳଙ୍କର ଦାଗ । ଶାଶୁ ମଥାରେ ସିନ୍ଦୂର ଦେଇଛି ଜ୍ବାଇଁ । କୋର୍ଟରେ କରିଛନ୍ତି ବିବାହ ଜ୍ବାଇଁ ଏବଂ ଶାଶୁ । ଯେଉଁ ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି ।

ଖବର ମୁତାବକ, କାନପୁରର ଜଣେ ମହିଳା କଥିତ ଭାବେ କୋର୍ଟ ମ୍ୟାରେଜ କରିଛନ୍ତି । ଦୁହିଁଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏଥିରେ ଲୋକମାନଙ୍କୁ ଆଶୀର୍ବାଦ ପାଇଁ ଅପିଲ୍ କରୁଛନ୍ତି । ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଲାଗି ରହିଛି । ସେମାନେ ଦେଖାଇଥିବା କୋର୍ଟ ପେପର ଅସଲି କି ନକଲି ତାହା ସ୍ପଷ୍ଟ ହୋଇନାହିଁ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମହିଳା ଜଣକ ଦୀର୍ଘଦିନ ହେବ ତାଙ୍କ ଜ୍ବାଇଁଙ୍କ ସହ ସମ୍ପର୍କରେ ରହିଥିଲେ । ସେ ତାଙ୍କ ସହ ଖରାପ ସମ୍ପର୍କ ରଖୁଥିଲେ । ଯାହାକୁ ନେଇ ଲୋକମାନେ ନିନ୍ଦା କରୁଥିଲେ । ଏହାସହ ଘରେ ମଧ୍ୟ ଝଗଡ଼ା ଲାଗି ରହୁଥିଲା । କିନ୍ତୁ ତାଙ୍କ ଜ୍ବାଇଁ ଘରୁ ଉଠାଇ ନେଇ କୋର୍ଟରେ ବିବାହ କରିଥିବା ନେଇ ଶାଶୁ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଅଲ୍ଲୀଗଢରେ ଗତବର୍ଷ ଜଣେ ମହିଳା ନିଜ ସ୍ବାମୀକୁ ଛାଡି ଭାବିଜ୍ବାଇଁକୁ ସ୍ବାମୀ ଭାବେ ଚୟନ କରିଥିଲେ । ଅଲ୍ଲୀଗଢ ଥାନା ମଡରାକ ଅଞ୍ଚଳ ମନୋହର ଗାଁରେ ଏହି ଘଟଣା ଘଟିଥିଲା ।

Spread the love

Leave a Reply

Your email address will not be published. Required fields are marked *