ଅଜଣା ଗାଡ଼ି ଧକ୍କାରେ ମାଆ ଓ ଝିଅ ମୃତ

 

ଭୁବନେଶ୍ବର: ମର୍ମନ୍ତୁଦ ଦୁର୍ଘଟଣା । ମାଆ ଓ ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ବଲାଙ୍ଗିର ଗାନ୍ଧୀନଗରପଡ଼ାରେ ଘଟିଛି ଭୟଙ୍କର ଦୁର୍ଘଟଣା । ଦୁଇ ଜଣ ସ୍କୁଟିରେ ଯାଉଥିବାବେଳେ ଧକ୍କା ଦେଲା ଟ୍ରକ୍ । ମୃତକ ଦୁଇ ଜଣ କନ୍ଧପାଲିପଡ଼ାର ମାଆ ସୁମନ ନାଗ ଓ ଝିଅ ସ୍ମୃତି ନାଗ । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଗତ ଦୁଇଦିନ ପୂର୍ବରୁ ଏହିଭଳି ଏକ ଘଟଣା ବାଲେଶ୍ବର ଜିଲ୍ଲା ସୋର ଏନଏଚ ୧୬ରେ ଉତ୍ତରେଶ୍ୱରରେ ଦେଖିବାକୁ ମିଳିଥିଲା । ବାଇକକୁ ଧକ୍କାଦେଲା ଟ୍ରକ, ବାପ ଝିଅ ମୃତ । ବାଲେଶ୍ବର ଜିଲ୍ଲା ସୋର ଏନଏଚ ୧୬ରେ ଉତ୍ତରେଶ୍ୱରରେ ଘଟିଥିଲା ଭୟଙ୍କର ଦୁର୍ଘଟଣା ।  ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗାଁର ମନୋଜ ଦାସ ଓ ତାଙ୍କ ୭ ବର୍ଷ ଝିଅଙ୍କ ସହ ବାଲେଶ୍ୱରରୁ ଫେରିଲା ବେଳେ ବାଇକକୁ ପଛପଟୁ ଧକ୍କା ଦେଇଥିଲା ଟ୍ରକ୍ ।  ଏଥିରେ ବାପା ଓ ଝିଅଙ୍କ ମୃତ୍ୟୁ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *