ଟ୍ରିପଲ ତଲାକ୍ ଏବଂ ଏସିଡ୍ ପୀଡ଼ିତାଙ୍କୁ ମିଳିବ ସରକାରୀ ବାସଭବନ, ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି

ଉତ୍ତରପ୍ରଦେଶ : ଟ୍ରପିଲ ତଲାକ ପୀଡିତା ହେଉ ଅବା ଏସିଡ ପୀଡିତାଙ୍କୁ ମିଳିବ ସରକାରୀ ବାସଭବନ । ଯୋଗୀ ଆଦିତ୍ୟନାଥଙ୍କ ସରକାର ନିଷ୍ପତ୍ତି ନେଇଛି କି, ମହିଳାଙ୍କୁ ସଶକ୍ତିକରଣ ପାଇଁ ସରକାରୀ ଯୋଜନାରେ ବିଶେଷ ଲାଭ ଦିଆଯିବା ଉଚିତ । ଯୋଗୀ ସରକାର ପୀଡ଼ିତା ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୁଖ୍ୟମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଲାଭାନ୍ବିତ କରାଯିବ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ମହିଳା କଲ୍ୟାଣ ବିଭାଗ ବିଭାଗୀୟ ସ୍ତରରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାସହିତ ମହିଳା କଲ୍ୟାଣ ବିଭାଗରେ ତିନ୍ ତଲାକ ଏବଂ ଏସିଡ ଆଟାକା ପୀଡିତା ମହିଳାଙ୍କ ସହିତ ନିରାଶ୍ରିତ ମହିଳାଙ୍କ ବିସ୍ତ୍ତ ଡାଟା ଏକାଠି କରାଯାଉଛି । ଏହାଦ୍ବାରା ଯୋଗ୍ୟ ମହିଳାଙ୍କୁ ଯୋଜନାର ଲାଭ ପ୍ରାଥମିକତା ଆଧାରରେ ଉପଲବ୍ଧ କରାଯିବ । ମହିଳା କଲ୍ୟାଣ ବିଭାଗ ଦ୍ବାରା ପୀଡିତ ମହିଳାଙ୍କ ବିବରଣୀ ଏକାଠି କରାଯିବ ।

ପୀଡ଼ିତା ମହିଳାଙ୍କ ବିବରଣୀ ଆଧାରରେ ଲାଭାର୍ଥୀଙ୍କୁ ବିଭିନ୍ନ ଯୋଜନା ସହିତ ଯୋଡାଯିବ । ଯୋଗୀ ସରକାରଙ୍କ ଉଦ୍ଦେଶ୍ୟରେ କୌଣସି ମହିଳାଙ୍କୁ କେବଳ ସୂଚନାର ଅଭାବ କିମ୍ବା ପ୍ରକ୍ରିୟାଗତ ଜଟିଳତା କାରଣରୁ ସରକାରୀ ଯୋଜନାରୁ ବଞ୍ଚିତ କରାଯାଇପାରିବ ନାହିଁ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା କି, ଯେଉଁ ମହିଳାମାନେ ତିନ ତଲାକ କିମ୍ବା ଏସିଡ ଆଟାକ ଭଳି ପରିସ୍ଥିତିକୁ ସାମ୍ନା କରୁଛନ୍ତି କିମ୍ବା ଯାହା ପାଖରେ ସ୍ଥାନୀୟ ଆବାସ ନାହିଁ, ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ଅଧିନରେ ପକ୍କା ଘର ଉପଲବ୍ଧ କରାଯିବ ।

ମୁଖ୍ୟମନ୍ତ୍ରୀ ଯୋଗୀ ଏହି ମହିଳା ଏବଂ ତାଙ୍କ ପରିବାରକୁ ଆୟୁଷ୍ମାନ ଭାରତ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସହିତ ଯୋଡି ହୋଇ ସ୍ବାସ୍ଥ୍ୟ ସେବାର ଲାଭ ଦିଆଯିବ । ତିନ୍ ତଲାକରେ ପ୍ରଭାବିତ ହୋଇଥିବା ମହିଳାଙ୍କ ଆର୍ଥିକ ଏବଂ ସାମାଜିକ ଅସୁରକ୍ଷା ସାମ୍ନା କରନ୍ତି । ସେମାନଙ୍କୁ ଯୋଗୀ ସରକାର ସେମାନଙ୍କ ଜୀବନରେ ଅଧିକ ସୁରକ୍ଷିତ ଏବଂ ସମ୍ମାନଜନକ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *