ସୋଆ ଆଭିଏସ୍‌ଏଏଚ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କ କର୍ମାଭିମୁଖୀ ଆଲୋଚନାଚକ୍ର ଆୟୋଜିତ

ଭୁବନେଶ୍ୱର, ଜୁନ୍ ୨୦: ଶିକ୍ଷା ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ଭେଟେରିନାରୀ ସାଇନସେସ୍ ଆଣ୍ଡ ଆନିମଲ ହଜବାଂଡ୍ରି (ଆଭିଏସ୍‌ଏଏଚ୍‌)ରେ ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନ ବିଭାଗ ପକ୍ଷରୁ ପ୍ରାଣୀ ଚିକିତ୍ସା ସ୍ନାତକ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭାରତର କୁକ୍କୁଟ ଏବଂ ଡ଼ାଇରୀ ଶିଳ୍ପରେ ନିଜକୁ ନିୟୋଜିତ କରିବା ନେଇ ରହିଥିବା ବିଭିନ୍ନ ସୁବିଧାସୁଯୋଗ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ମହାରାଷ୍ଟ୍ରର ପୁନେସ୍ଥିତ ଗ୍ରୀନମାଇକ୍ରୋର ସିଇଓ ଡ଼ଃ ପ୍ରଦୀପ ପି. ଲିଙ୍ଗେ ପିପିଟି ମାଧ୍ୟମରେ ବି.ଭି.ଏସ.ସି ଆଣ୍ଡ ଏ.ଏଚର ସ୍ନାତକ ଡାକ୍ତର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାଇଭେଟ ପ୍ରାକ୍‌ଟିସ, ଉଦ୍ୟୋଗ ସ୍ଥାପନ, ସରକାରୀ ଚାକିରୀ, ବ୍ୟବସାୟିକ ଭିତିରେ କୁକ୍କୁଟ ଓ ଡ଼ାଇରୀ ଫାର୍ମ ପ୍ରତିଷ୍ଠା, ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଏବଂ କୁକ୍କୁଟ ଓ କୁକ୍କୁଟ ଜାତୀୟ ଦ୍ରବ୍ୟର ପ୍ରସ୍ତୁତି ସହିତ ନିରପେକ୍ଷ ବିତରଣ ଆଦି ଦିଗରେ ଆତ୍ମନିର୍ଭରଶୀଳ ହେବା ପାଇଁ ରହିଥିବା ସୁବିଧାସୁଯୋଗ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଭିଏସ୍‌ଏଏଚ୍ ର ଡିନ ପ୍ରଫେସର ( ଡ଼ଃ) ସୁଶାନ୍ତ କୁମାର ଦାସ ସଭାପତିତ୍ୱ କରି ଏହି ଆଲୋଚନାଚକ୍ର ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । କୁକ୍କୁଟ ଉତ୍ପାଦନ ବିଭାଗର ମୁଖ୍ୟ ତଥା ପ୍ରଫେସର (ଡ଼ଃ) ନବ କିଶୋର ପ୍ରହରାଜ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଭୟ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ମଧ୍ୟରେ ପାରସ୍ପାରିକ ମତ ବିନିମୟ ହୋଇଥିଲା। ସର୍ବଶେଷରେ ଅଣୁ ଜୀବତତ୍ୱ ବିଭାଗର ସହକାରୀ ଅଧ୍ୟାପକ ଡ଼ଃ ବୀର କିଶୋର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନାଚକ୍ରରେ ଶହେରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *