ଭୀଷଣ ସଂଗ୍ରାମ ଓ ତ୍ୟାଗ ପାଇଁ କଂଗ୍ରେସ କର୍ମକର୍ତ୍ତା ନିଷ୍ଠାର ସହ ପ୍ରସ୍ତୁତ ହୁଅନ୍ତୁ

ଭୁବନେଶ୍ୱର;  ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଓଡିଶା କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ, ସହ ପ୍ରଭାରୀ ଜେଟ୍ଟୀ କୁସୁମ କୁମାର, ଓପିସିସି ସଭାପତି ଭକ୍ତ ଚରଣ ଦାସ, ଉପସଭାପତି ସନ୍ତୋଷ ସିଂ ସାଲୁଜା ଏବଂ ଓପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କୁ ଏକ ବିଶାଳ ବାଇକ ରାଲି ଯୋଗେ ସଭାସ୍ଥଳକୁ କଂଗ୍ରେସ କର୍ମକର୍ତ୍ତା ପାଛୋଟି ନେଇଥିଲେ l ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ କର୍ମୀ ସମ୍ମିଳନୀରେ ଅବସରରେ ନିଷ୍ଠାବାନ କର୍ମୀମାନଙ୍କ ସହିତ ନେତୃବୃନ୍ଦ ମତ ବିନିମୟ କରିବା ସହ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ସାମୂହିକ ସଂକଳ୍ପ ଉପରେ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ଦିନରେ ସଂଗ୍ରାମ ଭୀଷଣ ହେବ ତେଣୁ କଂଗ୍ରେସ କର୍ମକର୍ତ୍ତା ଏଥିପାଇଁ ନିଷ୍ଠାର ସହ ପ୍ରସ୍ତୁତ ରହିବାକୁ ଶହ ଶହ ସଂଖ୍ୟାରେ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଆହ୍ୱାନ ଜଣାଇଥିଲେ l ଜିଲ୍ଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝୀଙ୍କ ନେତୃତ୍ୱରେ ହୋଇଥିବା ସାଙ୍ଗଠନିକ ସଭାରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକଙ୍କ ସମେତ ହଜାର ହଜାର କର୍ମୀ ଭାଗ ନେଇଥିଲେ l

Spread the love