IPL ବେଟିଂ ରାକେଟର ବସ୍ ଗିରଫ, ଅଭିଯୁକ୍ତ ନିକଟରୁ ୧୦ ଲକ୍ଷ ଟଙ୍କା ଜବତ

ପୁରୀ : ଆଇପିଏଲ ବେଟିଂ ରାକେଟର ବସ୍ ଗିରଫ । ଅଭିଯୁକ୍ତ କୃଷ୍ଣଚନ୍ଦ୍ର ତ୍ରିପାଠୀକୁ ବ୍ରହ୍ମପୁରରୁ ଗିରଫ କରିଛି ପୁରୀ ସାଇବର ଥାନା ପୋଲିସ । ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହା ସହ ଆକାଉଣ୍ଟରେ ଥିବା ୮ ଲକ୍ଷ ଟଙ୍କାର ଯାଞ୍ଚ କରୁଛି ପୋଲିସ । କୃଷ୍ଣଚନ୍ଦ୍ର ତ୍ରିପାଠୀ ବ୍ରହ୍ମପୁରର ‘ନମସ୍ତେ’ ହୋଟେଲର ମାଲିକ । ଗତ ଏପ୍ରିଲ ୨୯ ତାରିଖରେ ପୁରୀ ପୋଲିସକୁ ବଡ ସଫଳତା ମିଳିଥିଲା । ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାଶ କରିଥିଲା ।

‘ସ୍କାଏ ଏକ୍ସଚେଞ୍ଜ’ ନାମକ ଏକ ଆପ୍ଲିକେସନ ବ୍ୟବହାର କରି ବେଟିଂ ରାକେଟ ଚାଲିଥିଲା । ଏହି ଆପ୍ ମାଧ୍ୟମରେ ଲୋକମାନେ ଟଙ୍କା ଜମା କରୁଥିଲେ ଏବଂ ପଏଣ୍ଟ ପାଉଥିଲେ । ଏହି ପଏଣ୍ଟଗୁଡ଼ିକୁ ବ୍ୟବହାର କରି ଆଇପିଏଲ ମ୍ୟାଚରେ ବେଟିଂ କରାଯାଉଥିଲା । ଅଭିଯୁକ୍ତ ପ୍ରସନ୍ନ ପୃଷ୍ଟି ସହ ୪ ଜଣଙ୍କୁ ଗିରଫ କରାଯାଇଥିଲା । ରାକେଟର ସଦସ୍ୟ ହ୍ବାଟସଆପ୍ ମାଧ୍ୟମରେ ଜଣଙ୍କୁ ବସ ବୋଲି ସମ୍ବିଧାନ କରୁଥିଲେ । ସେବେଠାରୁ ଏହି ବସ୍ କୁ ଖୋଜୁଥିଲା ପୋଲିସ । ବେଟିଂ ଆପର କିନପିଙ୍ଗ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଫୋନ ଟ୍ରାକ କରି ବ୍ରହ୍ମପୁରରୁ ଗିରଫ କରିଛି ପୋଲିସ ।

Spread the love

Leave a Reply

Your email address will not be published. Required fields are marked *