ଝାରପଡା ଜେଲରେ ୭ କଏଦୀ ଅସୁସ୍ଥ ମାମଲା, ଡିଜିଙ୍କ ନିର୍ଦେଶରେ ତଦନ୍ତ ପାଇଁ ଆସିଛନ୍ତି ଦୁଇ ଡିଆଇଜି

ଭୁବନେଶ୍ୱର : ଝାରପଡା ଜେଲରେ ୭ କଏଦୀ ଅସୁସ୍ଥ ମାମଲା । ଗତକାଲି ଝାରପଡା ଜେଲରେ ଅସୁସ୍ଥ ହେବାପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।  ପରେ ପୁଣି ୨ ଜଣକୁ କ୍ୟାପିଟାଲ ହସ୍ପିଟାଲରୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ସୁରକ୍ଷା ଦୃଷ୍ଟିରୁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ଓ ଏମ୍‌ସରେ ସଶସ୍ତ୍ର ପୋଲିସ ଜଗିରହିଛନ୍ତି  । ତେବେ କଏଦୀମାନେ ଅସୁସ୍ଥ ହେବା ପଛର କାରଣ ସ୍ପଷ୍ଟ ହୋଇନି।

ସେପଟେ କଟକ ଜେଲ ଡିଆଇଜି ଅନୁସୁୟା ଜେନା ଓ ହେଡକ୍ୱାଟର୍ସ ଡିଆଇଜି ବୀରେନ ସାହୁଙ୍କ ନେତୃତ୍ବରେ ଯାଞ୍ଚ ଆରମ୍ଭ । ସିସିଟିଭି ଫୁଟେଜ ଓ କର୍ମଚାରୀଙ୍କୁ ପଚରାଉଚରା କରି ତଦନ୍ତ ଚଳାଇଛି ଟିମ୍ । ଡ଼ିଜିଙ୍କ ନିର୍ଦେଶରେ ଦୁଇ ଡିଆଇଜି ତଦନ୍ତ ପାଇଁ ଆସିଛନ୍ତି । ସମସ୍ତ ଦିଗକୁ ନେଇ ତଦନ୍ତ ହେବ ।  ନିଶା କାରବାରକୁ ନେଇ ହୋଇଛି କି ନାହିଁ ସେନେଇ ଯାଞ୍ଚ ହେବ । ସବୁକିଛି ତଦନ୍ତ ପରେ ସ୍ପଷ୍ଟ ହେବ ।

Spread the love

Leave a Reply

Your email address will not be published. Required fields are marked *