ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣା, ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି

ଭୁବନେଶ୍ବର: ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଆଉ ଦୁଇଜଣ ଓଡ଼ିଆ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ଟାଙ୍ଗିରୀ ଦୁବନାଳୀ ସାହିର ପୀତାମ୍ବର ଜୁଆଙ୍ଗଙ୍ଗ ଝିଅ ରୀତା ଜୁଆଙ୍ଗ ଓ ବାଂଶପାଣି ବ୍ଲକ୍ ଗୋନାସିକା ପଞ୍ଚାଯତ ତଳରାଇଡିହା ଗ୍ରାମର ସ୍ବର୍ଗତ ନୀଳାମ୍ବର ଜୁଆଙ୍ଗଙ୍କ ଝିଅ ଦୀପାଞ୍ଜଳି ଜୁଆଙ୍ଗ । ଏହି ଦୁଇଜଣଙ୍କୁ ମିଶାଇ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଛି । ପୂର୍ବରୁ ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ସେମାନେ ହେଲେ ତେଲକୋଇ ଥାନା ଟାଙ୍ଗିରୀ ଗାଁର ଶିବାନୀ ଜୁଆଙ୍ଗ ଓ ଗୀତା, ରଙ୍ଗମାଟିଆର ଗୁମଣୀ ଓ ଜମିନୀ, ବାଂଶପାଳ ଜୋଡ଼ିପଶାର ଫୁଲମଣି ଓ ସଜନୀ, ତଜନମେଜର ଚମ୍ପାବତୀ ଏବଂ ହରିଚନ୍ଦନପୁର କନ୍ଦ୍ରକାର ସୁବାସୀ ଜୁଆଙ୍ଗ ।

ବୁଧବାର ପ୍ରଶାସନ ପକ୍ଷରୁ ୫ ଜଣଙ୍କ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବା ପରେ ସତ୍କାର କରାଯାଇଥିଲା । ସେହିଦିନ ବିଳମ୍ବିତ ରାତିରେ ରଙ୍ଗମାଟିଆର ଜମିନୀ ଓ ଜୋଡ଼ିପଶାଇ ସଜନୀଙ୍କ ମୃତଦେହ ତାଙ୍କ ଗାଁରେ ପହଞ୍ଚିଥିଲା । ଗୁରୁବାର ସକାଳେ ଉଭୟଙ୍କର ଶବ ସତ୍କାର କରାଯାଇଛି । ଏହି ଘଟଣାରେ ଆହୁରି ଅନେକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସମସ୍ତ ମୃତକ ଆଦିମ ଜୁଆଙ୍ଗ ଜନଜାତିର ହୋଇଥିବାରୁ ସ୍ଥାନୀୟ ଜୁଆଙ୍ଗ ଗାଁଗୁଡ଼ିକରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *