ଅବିବେକି କଣ୍ଡକ୍ଟର; ୧ ଟଙ୍କା ପାଇଁ ବୃଦ୍ଧଙ୍କୁ ଗାଡ଼ିରୁ ଓହ୍ଲାଇ ଦେଲେ

ସରକାରୀ ବସ ବୋଲି କାହାକୁ ମାନୁ ନାହାଁନ୍ତି। ରାଜଧାନୀରେ ସରକାରୀ ବସ ପ୍ରତିଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଘଟାଉ ଥିବାବେଳେ କଣ୍ଡକ୍ଟର କି ଡ୍ରାଇଭରଙ୍କ ମୁହଁ ଫୁଟାଣି କାମୁନାହିଁ।  ବ୍ୟବହାର ମଧ୍ୟ ଖରାପ। ବୟସ ମାନନ୍ତି ନାହିଁ।। ଏହିପରି ଏକ ଘଟଣା ପୁଣି ଦେଖିବାକୁ ମିଳିଛି। ଏହି ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି।  ସୂଚନାଯୋଗ୍ୟ, ଆଜି ଜଣେ ବୃଦ୍ଧ ତାଙ୍କ ପରିବାର ସହ କେଉଁ ଏକ ସ୍ଥାନକୁ ସରକାରୀ ବସରେ ଯାଉଥିଲେ। ତାଙ୍କ ଭଡା ୪୧ ଟଙ୍କା ହୋଇଥିବା ବେଳେ ତାଙ୍କ ପାଖରେ ୪୦ ଟଙ୍କା ଥିଲା। ମାତ୍ର ୧ ଟଙ୍କା କମ ଥିବାରୁ  ଅବିବେକି କଣ୍ଡକ୍ଟର ଜଣକ ତାଙ୍କୁ ତାଙ୍କ ପରିବାର ସହ ଓହ୍ଲାଇ ଦେଇଥିଲା। ଗରିବା ବୁଢ଼ାବୁଢ଼ୀ ପରିବାର ର ଚାରିଜଣଙ୍କ ପାଇଁ ୪୧ ଟଙ୍କା ଭଡାକୁ ମଉସା ୪୦ ଟଙ୍କା ଦେଲେ,  ହେଲେ ଏ ଅମଣିଷ ବୁଝିଲା ନାହିଁ, ସରକାରୀ ଗାଡ଼ି ତ ତେଣୁ ଫୁଟାଣି ଅଧିକ, ଟାଣି ଅଧା ରାସ୍ତାରେ ସଭିଙ୍କୁ ଓହ୍ଲାଇ ଦେଲା ।
ସୂଚନାଯୋଗ୍ୟ, ବକୋଇଡାରୁ ଚୋରଧରା ଆସୁଥିବା ସରକାରୀ ବସ୍ ବୋଲି ସୂଚନ ମିଳିଛି।

Spread the love