ପୋଲିସ ହାତରୁ ଖସିଯାଇ ଗଛ ଉପରେ ବସିଲା ଚୋର
କାକଟପୁର : ଦୀର୍ଘ ୬ ଘଣ୍ଟା ଚାଲିଲା ଚୋର-ପୋଲିସ ଲୁଚକାଳି ଖେଳ । ପୋଲିସ ହାତରୁ ଖସିଯାଇ ଗଛ ଉପରେ ବସି ରହିଲା ଅଭିଯୁକ୍ତ । ଦୀର୍ଘ ୬ ଘଣ୍ଟା ପରେ ଅଭିଯୁକ୍ତକୁ କାବୁ କଲା ଅସ୍ତରଙ୍ଗ ପୋଲିସ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ରାଇବେରୁଆ ଗାଁରେ ଏଭଳି ଘଟଣା ଘଟିଛି ।
ଗତ କାଲି ଅସ୍ତରଙ୍ଗ ବ୍ଲକ ସରିପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅକ୍ଷୟ ବିଶ୍ବାଳଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ କିଛି ଲୋକ । ଗୁରୁତର ପ୍ରଧାନ ଶିକ୍ଷକଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଘଟଣାରେ ପୋଲିସ କିଛି ଲୋକଙ୍କ ଗିରଫ କରିଛି । ଅନ୍ୟ ଅଭିଯୁକ୍ତ ଲିପୁ ବିଶ୍ବାଳକୁ ଗିରଫ ପାଇଁ ଯାଇଥିବାବେଳେ ପୋଲିସକୁ ଚକମା ଦେଇ ଗଛ ଉପରେ ବସି ରହିଥିଲା ଅଭିଯୁକ୍ତ । ଦୀର୍ଘ ୬ ଘଣ୍ଟା ପରେ ଅଭିଯୁକ୍ତକୁ କାବୁ କିଥିଲା ପୋଲିସ। ଅଭିଯୁକ୍ତକୁ ଗିରଫ ପରେ କୋର୍ଟରେ ହାଜର କରାଯାଇଛି ।
