ମକୁନ୍ଦପୁରରେ ଭକ୍ତିଭାବରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ମକୁନ୍ଦପୁର: ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ଗ୍ରାମସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତି ଭକ୍ତି ଓ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ଏହି ଅବସରରେ ମନ୍ଦିର ପରିସରରେ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି ବିଧିବଦ୍ଧ ଭାବେ ସମ୍ପନ୍ନ ହୋଇଥିଲା। ସକାଳୁ ମହାପ୍ରଭୁଙ୍କ ସ୍ନାନବିଧି ସହ ବିଭିନ୍ନ ଧାର୍ମିକ ଆଚାର-ଅନୁଷ୍ଠାନ ଅନୁଷ୍ଠିତ ହୋଇଥିଲା। ଏହି ପବିତ୍ର ନୀତିରେ ପୂଜକ ଅଶୋକ କୁମାର ପଣ୍ଡା ଓ କର୍ତ୍ତା ମୋହନ ସାମଲ ଏବଂ ମନ୍ଦିର କମିଟି ସଦସ୍ୟ ଧରଣୀଧର ସ୍ୱାଇଁ, କେଶନ ସାମଲ, ଦୁଷ୍ମନ୍ତ ସାମଲ, ଜଳଧର ସାମଲ, ଅଭୟ ସାମଲ, ରାକେଶ ସାମଲ, ପ୍ରିୟବ୍ରତ ବାରିକ ସମସ୍ତ ଧାର୍ମିକ କାର୍ଯ୍ୟ ସମ୍ପାଦନ କରିଥିଲେ। ଗ୍ରାମର ଆବାଳବୃଦ୍ଧବନିତା ବହୁ ସଂଖ୍ୟାରେ ଉପସ୍ଥିତ ରହି ଶ୍ରୀଜୀଉଙ୍କ ଦିବ୍ୟ ସ୍ନାନଯାତ୍ରା ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ମନ୍ଦିର ପରିଚାଳନା କମିଟି ଏବଂ ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଶେଷରେ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *