ଲଗାଣ ବର୍ଷାରେ ଉପୁଡ଼ିଲା ମହାଦ୍ରୁମ, ଅଟକିଲା ଶହଶହ ଗାଡ଼ି
ପାଟଣାଗଡ଼: ଲଗାଣ ବର୍ଷାରେ ଉପୁଡ଼ିଲା ମହାଦ୍ରୁମ । ଅଟକିଲା ଶହଶହ ଗାଡ଼ି । ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳ । ପ୍ରଭାବରେ ପାଟଣାଗଡ଼ -କଣ୍ଟାବାଞ୍ଜି ମୁଖ୍ୟରାସ୍ତା ଗଙ୍ଗାସାଗର ଇଟାଫାକ୍ଟ୍ରି ଠାରେ ବିରାଟକାୟ ବର ଗଛ ଉପୁଡ଼ି ପଡ଼ିଥିଲା । ବରଗଛ ରାସ୍ତାରେ ଉପରେ ପଡ଼ିଯିବାରୁ କଣ୍ଟାବାଞ୍ଜି-ପାଟଣାଗଡ଼ ମଧ୍ୟରେ ଗମନାଗମନ ବିଚ୍ଛିନ୍ନ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପାଟଣାଗଡ଼ ତହସିଲଦାର ପହଞ୍ଚି ଅଗ୍ନିଶମ ବାହିନୀକୁ ଅବଗତ କରିଥିଲେ । ପାଟଣାଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକାଟି ସଫାକରିବା ପରେ ଯାତାୟାତ ସ୍ୱାଭାବିକ ହୋଇଛି ।
ଘଟଣା ସମ୍ପର୍କରେ ସୂଚନା ପାଇ ପାଟଣାଗଡ଼ ତହସିଲଦାର ତୁରନ୍ତ ସ୍ଥଳୀୟ ନିରୀକ୍ଷଣ କରିଥିଲେ ଏବଂ ଅଗ୍ନିଶମ ବିଭାଗକୁ ତତ୍କାଳ କାର୍ଯ୍ୟରେ ଲାଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପାଟଣାଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବିରାଟ ଗଛଟିକୁ କଟି ରାସ୍ତା ସଫା କରିବା କାମ ଆରମ୍ଭ କରିଥିଲେ । ଦୀର୍ଘ ସମୟର ପ୍ରୟାସ ପରେ ଗଛଟିକୁ ହଟାଯାଇ ରାସ୍ତାକୁ ପୁନର୍ବାର ଯାତାୟାତ ଯୋଗ୍ୟ କରାଯାଇଥିଲା । ଧୀରେ ଧୀରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ତଥାପି ଲଗାଣ ବର୍ଷା ଯୋଗୁଁ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
