ଭୁବନେଶ୍ବର ଆଜାଦନଗର ବୋମା ବିସ୍ଫୋରଣ ଘଟଣା, ଉତ୍ତରପ୍ରଦେଶରୁ ଜଣେ ଅଭିଯୁକ୍ତକୁ ଉଠାଇ ଆଣିଛି NIA ଟିମ୍

ଭୁବନେଶ୍ବର: ଭୁବନେଶ୍ବର ଆଜାଦନଗର ବୋମା ବିସ୍ଫୋରଣ ଘଟଣାରେ ଉତ୍ତରପ୍ରଦେଶରୁ ଜଣେ ଅଭିଯୁକ୍ତକୁ ଉଠାଇ ଆଣିଛି NIA ଟିମ୍ । ଭୁବନେଶ୍ୱର ପଟିଆ ଅଞ୍ଚଳରେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ବୋମା ବିସ୍ଫୋରଣ ଲିଙ୍କରେ ଏନଆଇଏ ଟିମ୍ ଜାରି ରଖିଛି ଛାନଭିନ । ବୋମା ପାଇଁ ପ୍ରସ୍ତୁତ ବିସ୍ଫୋରକ ସପ୍ଲାଏ ପଛରେ ହାତ ଥିବା ସନ୍ଦେହ କରି ଉଠାଇ ଆଣି ଜେରା କରୁଛି ଟିମ୍ ।

୨୦୨୬ ଜାନୁଆରୀ ୨୭ ତାରିଖରେ ଘଟିଥିଲା ବିସ୍ଫୋରଣ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଆଜାଦ ନଗରର ଏକ ଭଡ଼ାଘର ଛାତ ଉପରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା । ବୋମା ତିଆରି କଲାବେଳେ ମୁଖ୍ୟ ଅଭିଯୁକ୍ତ ସେହେନବାଜ ମଲ୍ଲିକ ଓରଫ୍ ମୁଫି ଏବଂ ମାଆ ଲିଜାତୁନ୍ ବିବି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଘଟଣାସ୍ଥଳରୁ ଗନପାଉଡର ଏବଂ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଏପ୍ରିଲ ୬ରୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏହି ମାମଲାର ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *