ପହଣ୍ଡିବିଜେ ନୀତି ଆରମ୍ଭ: ଦେବୀ ସୁଭଦ୍ରାଙ୍କ ରଥେ ବିରାଜିଲେ ଚକ୍ରରାଜ ସୁଦର୍ଶନ

ପୁରୀ : ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ଶ୍ରୀଜୀଉ । ତେବେ ପୁରୀରେ ଏବେ ନୀତିକାନ୍ତି ପରେ ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ପ୍ରଭୁଙ୍କ ଆଗମନ ସୂଚନା ନିମନ୍ତେ ଶ୍ରୀସୁଦର୍ଶନ ଆଗରେ ଆସନ୍ତି । ତେବେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆୟୁଧ ହେଉଛନ୍ତି ସୁଦର୍ଶନ । ଶ୍ରୀ ସୁଦର୍ଶନଙ୍କ ଆକୃତି ସ୍ତମ୍ବାକାର । ସେଥିପାଇଁ ସୁଦର୍ଶନଙ୍କ ପହଣ୍ଡି କ୍ଷିପ୍ର ହୁଏ । ସୁଦର୍ଶନ ସାତ ପାହାଚରେ ପହଞ୍ଚିଲେ ବଳଭଦ୍ରଙ୍କ ରୁନ୍ଧାଫିଟେ । ଦେବୀ ସୁଭଦ୍ରାଙ୍କ ରଥରେ ବିରାଜମାନ କରିଥାନ୍ତି ଚକ୍ରରାଜ ସୁଦର୍ଶନ । ଚକ୍ରରାଜଙ୍କ ପରେ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ ହେବ । ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା ପରେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଛି । ଏହା ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହେବ। ଘଣ୍ଟ ଓ ଶଙ୍ଖର ଶବ୍ଦରେ ଶ୍ରୀମନ୍ଦିର ପରିସର ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି ।

ସେପଟେ ସମସ୍ତଙ୍କର ଅପେକ୍ଷା କେତେବେଳେ ନୀଳକନ୍ଦରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ନୀଳାଦ୍ରିନାଥ । ରଥରେ ବସି ଯିବେ ଆଡ଼ପମଣ୍ଡପ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଇବେ ବିଶ୍ୱନିୟନ୍ତାଙ୍କ ଦୁର୍ଲ୍ଲଭ ଦର୍ଶନ। ସେହି ଦିବ୍ୟ ମୁହୂର୍ତ୍ତକୁ ଚାହିଁ ରହିଛନ୍ତି ଭକ୍ତଜନ। ଦାରୁବ୍ରହ୍ମଙ୍କ ସ୍ପର୍ଶରେ ରଥ, ପଥ ହେବ ବ୍ରହ୍ମମୟ । ସଭିଏଁ ହେବେ ଏକାକାର । ଆଜି ସକାଳ ସାଢେ ୯ ଟାରୁ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୪ ଟାରେ ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *