ବାହୁଡ଼ା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି, ନଜରରେ ରହିବ ସମସ୍ତ ବ୍ୟବସ୍ଥା

ଯେତେ ଶ୍ରଦ୍ଧାଳୁ ଆସିବେ ସମସ୍ତଙ୍କ ପାଇଁ ହେବ ସୁବିଧା ଦର୍ଶନ ଓ ଶୃଙ୍ଖଳିତ ଦର୍ଶନ । ଶ୍ରୀକ୍ଷେତ୍ରକୁ ବାହୁଡ଼ାରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ସମ୍ପୂର୍ଣ୍ଣ ନଜର ଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଯେଉଁଭଳି ଭାବେ ଭାଗଭାଗ ହୋଇ ବ୍ୟବସ୍ଥା କରାଯାଇଥିଲା ଠିକ୍ ସେହିଭଳି ଭାବେ ଗୁଣ୍ଡିଚାରେ ମନିଟରିଂ କରାଯିବ ।

ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ ସୁରୁଖୁରରେ ହେବ ବୋଲି କହିଛନ୍ତି ପୃଥ୍ବୀରାଜ । ରଥଯାତ୍ରାରେ କୌଣସି ସମସ୍ୟା ହୋଇନଥିଲା । କିଛି ଲୋକ ଷଡ଼ଯନ୍ତ୍ରରେ ଲିପ୍ତ ଅଛନ୍ତି। ମହାପ୍ରଭୁଙ୍କ ବିଭିନ୍ନ କଥା ନେଇ ସମାଲୋଚନା କରିବା ବାକବିତଣ୍ଡା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କ ଷଡ଼ଯନ୍ତ୍ର ବି ଶେଷ ହେବା ଦରକାର।

ଜଗନ୍ନାଥ ସଂସ୍କୃତି ଅନନ୍ୟ ଓ କୌଣସି ଜାଗାରେ ସମସ୍ୟା ନ ହୋଇଥିବା ସତ୍ତ୍ୱେ କଣ ପାଇଁ ଟାହିଆ ଖୋଲାଯାଇଥିଲା ସେ ବାବଦରେ ଅଙ୍ଗଲଗି ସେବାୟତ ସ୍ପଷ୍ଟ କରିବା ପରେ ମଧ୍ୟ କିଛି ଲୋକ ଏହା ବିଷୟରେ ଯେଉଁ ଚର୍ଚ୍ଚା କରିଛନ୍ତି ତାହା ବନ୍ଦ ହେବା ଦରକାର ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।

Spread the love