ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍, ବିଭିନ୍ନ ନଦୀ ବନ୍ଧରେ ୭ ଟି ଘାଇ
ହୀରାକୁଦ : ଉପର ମୁଣ୍ଡରେ ପ୍ରବଳ ବର୍ଷା । ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍ । ପୂର୍ବରୁ ୧୪ଟି ଗେଟରେ ଜଳ ନିଷ୍କାସନ ହେଉଥିଲା । ହୀରାକୁଦର ଆଉ ୮ଟି ଗେଟ ଖୋଲିଲା । ବର୍ତ୍ତମାନ ୨୨ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ। ସନ୍ଧ୍ୟା ମଧ୍ୟରେ ୨୨ ଗେଟ୍ ଖୋଲାଯିବ ବୋଲି କହିଥିଲେ ଜଳସମ୍ପଦ ମୁଖ୍ୟ ଯନ୍ତ୍ରୀ । ଆଜି ଦିନ ୧୨ ଟା ସୁଦ୍ଧା ମୁଣ୍ଡୁଳୀ ରେ ୮ ଲକ୍ଷ୍ୟ ୬୫ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଥିଲା ।
ଆଜି ସକାଳେ ହୀରାକୁଦରେ ୬୨୪.୬୦ରେ ପାଣି ପହଞ୍ଚିଥିଲା । ଏଥିପାଇଁ ୧୪ ଟି ଗେଟ୍ ଖୋଲିଥିଲା । ବର୍ତ୍ତମାନ ହୀରାକୁଦରେ ୧ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ପାଖାପାଖି ୪୮ ଘଣ୍ଟା ମଧ୍ୟରେ ଏହା ମୁଣ୍ଡୁଳିରେ ପହଞ୍ଚିବା ଆକଳନ କରାଯାଉଥିଲା । ମୁଣ୍ଡଳିରୁ ୭ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ଛାଡ଼ିବାକୁ ଯୋଜନା କରାଯାଇଛି ।
ଯାହାଫଳରେ ବନ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ । ଫଳରେ ହୀରାକୁଦର ୨୨ ଗେଟ୍ ଖୋଲାଯାଇଛି। ମହାନଦୀରେ କୌଣସି ଘାଇ ସୃଷ୍ଟି ହୋଇନାହିଁ । ଆଜି ସନ୍ଧ୍ୟା ମଧ୍ୟରେ ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଆଦି ଅଞ୍ଚଳରେ ପହଞ୍ଚିବ । ପୂର୍ବରୁ ଅନ୍ୟ ନଦୀରେ ବିଭିନ୍ନ ନଦୀରେ ୭ ଟି ଘାଇ ହୋଇଛି ।
