ଗୋଟିଏ ଭୋଟରେ ଜିତିଲା ପୁଅ ରାମଶରଣ, ଶେଷ ଥର ପାଇଁ ଭୋଟ ଦେଲେ ମା

ରାଜସ୍ଥାନ : ରାଜସ୍ଥାନର ପୌର ନିର୍ବାଚନରେ ଏଭଳି ଅନେକ ଫଳାଫଳ ସାମ୍ନାକୁ ଆସିଛି, ଯାହା ରାଜନୈତିକ ସମୀକରଣ ଅପେକ୍ଷା ନିଜର କାହାଣୀ ପାଇଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭରତପୁର ଜିଲ୍ଲାର ନଦବାଇ ନଗରପାଳିକାର ୱାର୍ଡ ନମ୍ବର ୬ର ଫଳାଫଳ ମଧ୍ୟ ଏଭଳି ଏକ କାହାଣୀ । ଏଠାରେ ବିଜୟ ଓ ପରାଜୟ ମଧ୍ୟରେ ରହିଥିଲା ମାତ୍ର ଗୋଟିଏ ଭୋଟର ଫରକ ।

ସ୍ୱାଧୀନ ପ୍ରାର୍ଥୀ ଜଗଦୀଶ ପ୍ରସାଦ ବିଜେପି ପ୍ରାର୍ଥୀ ରାମଶରଣଙ୍କୁ ମାତ୍ର ଗୋଟିଏ ଭୋଟରେ ପରାସ୍ତ କରି ନିର୍ବାଚନ ଜିତିଛନ୍ତି । ଭୋଟ ଗଣତିରେ ଜଗଦୀଶ ପ୍ରସାଦ ୧୫୧ଟି ଭୋଟ ପାଇଥିବା ବେଳେ ରାମଶରଣଙ୍କ ଖାତାରେ ପଡ଼ିଛି ୧୫୦ଟି ଭୋଟ । ଅର୍ଥାତ୍ ୧୫୧ ବନାମ ୧୫୦ର ଏହି ରୋମାଞ୍ଚକର ମୁକାବିଲାରେ ମାତ୍ର ଗୋଟିଏ ଭୋଟ ସମ୍ପୂର୍ଣ୍ଣ ନିର୍ବାଚନ ଫଳାଫଳକୁ ବଦଳାଇ ଦେଇଛି । ତେବେ ଏହି ବିଜୟର କାହାଣୀ କେବଳ ଆଙ୍କକରେ ସୀମିତ ନୁହେଁ । ଜଗଦୀଶ ପ୍ରସାଦଙ୍କ ଏହି ଅତ୍ୟନ୍ତ କମ୍ ବ୍ୟବଧାନର ବିଜୟ ସହ ତାଙ୍କ ମାଆଙ୍କ ଏକ ଭାବପ୍ରବଣ ସ୍ମୃତି ମଧ୍ୟ ଜଡ଼ିତ ରହିଛି । କୁହାଯାଉଛି ଯେ, ତାଙ୍କ ମାଆ ଭୋଟ ଦେବା ଦିନ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ତେବେ ଭୋଟଦାନର ପରଦିନ ତାଙ୍କର ଦେହାନ୍ତ ହୋଇଥିଲା । ଏଭଳି ପରିସ୍ଥିତିରେ ପୁଅର ଗୋଟିଏ ଭୋଟରେ ହୋଇଥିବା ବିଜୟ ପରିବାର ପାଇଁ ଖୁସି ସହ ଗଭୀର ଦୁଃଖ ଓ ଭାବନାର ମୁହୂର୍ତ୍ତ ମଧ୍ୟ ପାଲଟିଯାଇଛି । ନଦବାଇର ୱାର୍ଡ ନମ୍ବର ୬ରେ ନିର୍ବାଚନୀ ଲଢ଼େଇ ଆରମ୍ଭରୁ ହିଁ କଡ଼ା ମୁକାବିଲା ହେବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଭୋଟ ଗଣତି ପରେ ସାମ୍ନାକୁ ଆସିଥିବା ଫଳାଫଳ ଅତ୍ୟନ୍ତ ଚମକାଇ ଦେଇଥିଲା । ଗୋଟିଏ ପରେ ଗୋଟିଏ ଭୋଟ ଗଣାଯିବା ସହ ପ୍ରାର୍ଥୀ ଓ ସମର୍ଥକଙ୍କ ହୃଦସ୍ପନ୍ଦନ ବଢ଼ିବାରେ ଲାଗିଥିଲା । ଶେଷରେ ଫଳାଫଳ ପ୍ରକାଶ ପାଇବା ପରେ ସ୍ୱାଧୀନ ପ୍ରାର୍ଥୀ ଜଗଦୀଶ ପ୍ରସାଦ ୧୫୧ ଭୋଟ ସହ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ରାମଶରଣ ୧୫୦ଟି ଭୋଟ ପାଇଥିଲେ । ଉଭୟଙ୍କ ମଧ୍ୟରେ ରହିଥିଲା ମାତ୍ର ଗୋଟିଏ ଭୋଟର ଅନ୍ତର । ଏହା ଏଭଳି ଏକ ବ୍ୟବଧାନ, ଯେଉଁଠାରେ ଗୋଟିଏ ଭୋଟ ମଧ୍ୟ ସମ୍ପୂର୍ଣ୍ଣ ଫଳାଫଳକୁ ଓଲଟାଇ ଦେଇପାରିଥାନ୍ତା । ଜଗଦୀଶ ପ୍ରସାଦଙ୍କ ପାଇଁ ଏହି ବିଜୟ ସେତେବେଳେ ଆହୁରି ଭାବପ୍ରବଣ ହୋଇପଡ଼ିଥିଲା, ଯେତେବେଳେ ଭୋଟଦାନର ପରଦିନ ତାଙ୍କ ମାଆଙ୍କ ଦେହାନ୍ତ ହୋଇଥିଲା । ଭୋଟ ଦେବା ଦିନ ସେ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ଏହାର ପରଦିନ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା । ଗୋଟିଏ ପଟେ ନିର୍ବାଚନ ଫଳାଫଳରେ ପୁଅର ବିଜୟ ଖବର ଆସିଥିଲା, ଅନ୍ୟପଟେ ମାଆଙ୍କ ଦେହାନ୍ତର ଦୁଃଖରେ ପରିବାର ଭାଙ୍ଗି ପଡ଼ିଥିଲା ।

ଏବେ ଏହି ନିର୍ବାଚନ ଫଳାଫଳକୁ ମାଆଙ୍କ ସେହି ଶେଷ ଭୋଟ ସହ ଯୋଡ଼ି ମଧ୍ୟ ଦେଖାଯାଉଛି । ଜଗଦୀଶଙ୍କ ବିଜୟର ବ୍ୟବଧାନ ମାତ୍ର ଗୋଟିଏ ଭୋଟ ଥିବା ବେଳେ ତାଙ୍କ ମାଆ ଭୋଟଦାନ ଦିନ ନିଜ ଭୋଟ ଦେଇଥିଲେ । ଏଭଳି ସ୍ଥିତିରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାବପ୍ରବଣ ଚର୍ଚ୍ଚା ହେଉଛି ଯେ, ମାଆଙ୍କ ଭୋଟ ପୁଅର ବିଜୟରେ ନିର୍ଣ୍ଣାୟକ ହୋଇଥାଇପାରେ । ତେବେ କେଉଁ ଭୋଟର କେଉଁ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି, ତାହା ନିର୍ବାଚନୀ ଗୋପନୀୟତା କାରଣରୁ ସାର୍ବଜନୀନ ଭାବେ କୁହାଯାଇପାରିବ ନାହିଁ । କିନ୍ତୁ ପରିବାର ଓ ସ୍ଥାନୀୟ ଲୋକଙ୍କ ପାଇଁ ଏହି ସଂଯୋଗ ଏହି ବିଜୟକୁ ସବୁଦିନ ପାଇଁ ଏକ ଭାବପ୍ରବଣ ସ୍ମୃତି ସହ ଯୋଡ଼ି ଦେଇଛି । ୧୫୧ ଓ ୧୫୦ ମଧ୍ୟରେ ଥିବା ଏହି ଅନ୍ତର କେବଳ ଏକ ସଂଖ୍ୟା ନୁହେଁ । ଏହା ଏମିତି ଏକ କାହାଣୀ ପାଲଟିଛି, ଯେଉଁଥିରେ ରହିଛି ନିର୍ବାଚନୀ ରୋମାଞ୍ଚ ସହ ବିଜୟର ଖୁସି ଏବଂ ନିଜ ଲୋକଙ୍କୁ ହରାଇବାର ଗଭୀର ଦୁଃଖ ।

Spread the love

Leave a Reply

Your email address will not be published. Required fields are marked *